ଦେଶ ବିଦେଶସ୍ୱାସ୍ଥ୍ୟ

ଏଣିକି ଫାର୍ମାସିଷ୍ଟ ଦେଖିବେ ରୋଗୀ

ଫାର୍ମାସିଷ୍ଟମାନେ ରୋଗୀ ଦେଖିପାରିବେ । ଏନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଯେଉଁ ସରକାରୀ ଡାକ୍ତରଖାନାରେ ଜଣେ ଫାର୍ମାସିଷ୍ଟ ଥିବେ ସେଠାରେ ସେମାନେ ରୋଗୀଙ୍କ ସାଧାରଣ ଚିକିତ୍ସା କରିପାରିବେ।

ରାଜ୍ୟରେ ଡାକ୍ତର ଅଭାବ ଥିବା ବେଳେ ସରକାରଙ୍କ ଏପରି ନିଷ୍ପତ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କିଛିଟା ସୁଧାର ଆଣିପାରେ। ସେହିପରି ପୁରୁଣା ନିୟମ ଅନୁସାରେ ଫାର୍ମାସିଷ୍ଟ ରୋଗୀ ଦେଖିବାକୁ ନେଇ ଯେଉଁ ପ୍ରତିବାଦ ହେଉଥିଲା ଓ ଭିଡିଓ ଭାଇରାଲ ହେବା ପରେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ତାହା ହେବ ନାହିଁ । ଏବେ ରୋଗୀଙ୍କ ପାଇଁ ସାଧାରଣ ଔଷଧ ବି ପ୍ରେସ୍କ୍ରାଇବ କରିପାରିବେ ଫାର୍ମାସିଷ୍ଟ । ଡାକ୍ତରଙ୍କ ପରି ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରିବାକୁ ଫାର୍ମାସିଷ୍ଟମାନଙ୍କୁ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି । ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଅନୁସାରେ ଫାର୍ମାସିଷ୍ଟ ମାନେ ସାଧାରଣ ଜ୍ବର, ଝାଡାବାନ୍ତି, ପେଟ ଯନ୍ତ୍ରଣା, କୃମି ଜନିତ ରୋଗ, ଚର୍ମରୋଗ, ମ୍ୟାଲେରିଆ ଭଳି ୧୩ ପ୍ରକାର ରୋଗର ଚିକିତ୍ସା କରି ପାରିବେ । ଏନେଇ ସ୍ବାସ୍ଥ୍ୟ ବିଭାଗ କହିଛି ଫାର୍ମାସିଷ୍ଟମାନଙ୍କୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଟ୍ରେନିଂ ଦିଆସରିଛି । ଯେଉଁଠି ଡାକ୍ତର ନଥିଲେ ସେଠାରେ ଫାର୍ମାସିଷ୍ଟମାନଙ୍କୁ ଔଷଧ ଲେଖିବାକୁ କୁହାଯାଇଥିଲା । ଏବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ସରକାର ଫାର୍ମାସିଷ୍ଟମାନଙ୍କୁ ସାଧାରଣ ଚିକିତ୍ସା କରିବାକୁ ଅନୁମତି ଦେଇଛନ୍ତି । ଏହା ଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୧୬୯୫ ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡିଛି । ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ୧୨୭୬ ଡାକ୍ତର ନାହାନ୍ତି । ସେମିତି ପିଏଚସିରେ ୪୦୯ ଡାକ୍ତର ପଦବୀ ଖାଲି ପଡିଛି । ୯୮୨ ହୋମିଓ ପାଥିକ ଓ ୧୭୦ ଆୟୁର୍ବେଦିକ ଡାକ୍ତର ପଦବୀ ବି ଖାଲି ଅଛି । ଏମିତିରେ ଜଣେ ମାତ୍ର ଡାକ୍ତର ଥିବା ଅନେକ ଡାକ୍ତଖାନାରେ ଫାର୍ମାସିଷ୍ଟ ମାନେ କାମଚଳାଉଛନ୍ତି । ବିନା ସୀକୃତିରେ ଫାର୍ମାସିଷ୍ଟ ମାନେ ରୋଗୀ ଦେଖିବା ଅନେକ ସମୟରେ ସେମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଲୋକେ ବିରୋଧ ବି କରୁଥିଲେ ।

ଅନେକ ଭିଡିଓ ଭାଇରାଲ ବି ହୋଇଥିଲା । ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟରେ ଫାର୍ମାସିଷ୍ଟଙ୍କ କର୍ତ୍ତବ୍ୟ ପରାୟଣତାକୁ ଭୁଲି ତାଙ୍କ ପ୍ରତି ଆକ୍ଷେପ କରାଯାଇଥିଲା। ଏସବୁକୁ ଦେଖି ରାଜ୍ୟ ସରକାର ୨୦୦୩ର ନିର୍ଦ୍ଦେଶନାମା ପରିବର୍ତ୍ତନ କରିଛନ୍ତି । ତେବେ ସରକାରଙ୍କ ନୂଆ ନିୟମକୁ ଆଇଏମଏ ସ୍ବାଗତ କରିଥିଲେ । ଫାର୍ମାସିଷ୍ଟଙ୍କ ଉପରେ ପୂରା ଚିକିତ୍ସା ଛଡ଼ାଗଲେ ସ୍ବାସ୍ଥ୍ୟସେବା ବ୍ୟାହତ ହେବ। ସେପଟେ ଫାର୍ମାସିଷ୍ଟ ସଂଘ କହିଛି ପୂର୍ବରୁ ସେମାନେ ସାଧାରଣ ରୋଗ ଲାଗି ଔଷଧ ଦେଇଆସୁଥିଲେ। ରାଜ୍ୟରେ ୩ ହଜାର ୩ ଶହ ମଜୁରୀପ୍ରାପ୍ତ ଫାର୍ମାସିଷ୍ଟ ପଦବୀ ରହିଛି । ସେଥିରୁ ୨୧ ଶହ ଫାର୍ମାସିଷ୍ଟ ଥିବାବେଳେ ୧୨ଶହ ପୋଷ୍ଟ ଖାଲି ପଡିଛି । ତେଣୁ ଫାର୍ମାସିଷ୍ଟ ଡାକ୍ତରଙ୍କ ଅଧା ବୋଝ ହାଲୁକା କଲା ବେଳକୁ ସେମାନଙ୍କ କାର୍ଯ୍ୟବୋଝ ବଢ଼ିବା ଆଶଙ୍କା ବି ରହିଛି।

Show More

Related Articles

Back to top button