Breaking PLUSମୁଖ୍ୟ ଖବର

ଆଖି ବୁଜିଲେ ଇକମୋ ୟୁନିଟରେ ଥିବା ରୋଗୀ

ଶେଷ ମୃତକ ଜଣକ ମହିଳା

କଟକ ଏସସିବି ମେଡିକାଲର ଇକମୋ ୟୁନିଟରେ ଚିକିତ୍ସାଧୀନ ଥିବା ଶେଷ ରୋଗୀଙ୍କ ମୃତ୍ୟୁ ହୋଇଛି । ଶେଷ ମୃତକ ଜଣକ ମହିଳା ରୋଗୀ ଥିଲେ । ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ଜଣ ରୋଗୀ ଆଖି ବୁଜିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁପରେ ଏବେ ଇକମୋ ୟୁନିଟ ଖାଲି ହୋଇ ଯାଇଛି । ମୃତ ମହିଳା ଜଣଙ୍କ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ବୋଲି ଜଣାପଡ଼ିଛି ।

ସେ ଗତ ଅଗଷ୍ଟ ମାସ ୨୯ ତାରିଖରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ । ତାଙ୍କ ପରେ ବଲାଙ୍ଗିର ଜିଲ୍ଲାର ଜଣେ ମହିଳା, ପରେ କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ ।

ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏହି ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ାର ଯେଉଁ ବ୍ୟକ୍ତି ଜଣଙ୍କ ଭର୍ତ୍ତି ହୋଇଥିଲେ ତାଙ୍କର ପ୍ରଥମେ ମୃତ୍ୟୁ ଘଟିଥିଲା । ତା’ପରେ ବଲାଙ୍ଗିରର ମହିଳା ଜଣଙ୍କ ପ୍ରାଣ ହରାଇଥିଲେ । ତାଙ୍କ ପରେ ଭୁବନେଶ୍ୱରରୁ ଆସିଥିବା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଶେଷରେ ନିଶ୍ଚିନ୍ତ କୋଇଲିର ମହିଳାଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button