ବାଣିଜ୍ୟ

ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ

ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଦୈନିକ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି

ଏହାକୁ ନଜରରେ ରଖି ବ୍ୟାଙ୍କ ଗୁଡ଼ିକ ଶାଖାଗୁଡ଼ିକରେ କାରବାର ସମୟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ।ସେହିଭଳି ଶାଖାରେ କର୍ମଚାରୀ ଉପସ୍ଥାନ ୫୦% କମାଯିବ । ବୁଧବାର ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ବ୍ୟାଙ୍କଗୁଡ଼ିକୁ ଏସ୍‌ପିଓ ଜାରି କରାଯାଇଛି । ଏଣିକି ବ୍ୟାଙ୍କ ଶାଖାଗୁଡ଼ିକ କାରବାର ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ (୪ ଘଣ୍ଟା) ଖୋଲା ରହିବ ।

ଏହି ସମୟରେ ଟଙ୍କା ଜମା, ଉଠାଣ, ରେମିଟାନ୍ସ ଏବଂ ସରକାରୀ ଦେଣନେଣ ଭଳି ୪ଟି ମୌଳିକ ସେବା ପ୍ରଦାନ କରାଯିବ । ବ୍ୟାଙ୍କଗୁଡ଼ିକୁ ଏକ ଚିଠିରେ ଆଇବିଏ କହିଛି ଯେ କାରବାର ସମୟ ପୂର୍ବାହ୍ନ ୧୦-ଅପରାହ୍ନ ୨ଟାକୁ ହ୍ରାସ କରାଯାଇ ଡୋର୍‌ ଷ୍ଟେପ୍‌ ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇ ପାରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button