ଦେଶ ବିଦେଶମୁଖ୍ୟ ଖବର

କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ବାତିଲ ହେଲା ବଙ୍ଗ ଗସ୍ତ

ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେଥିପାଇଁ ଆଜି ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ରାଲିକୁ ବାତିଲ କରିଛନ୍ତି ମୋଦି । ଟୁଇଟ କରି ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସକାଳ ୯ଟାରେ ସମୀକ୍ଷା ବୈଠକ ପରେ ଦିନ ୧୦ଟାରେ ଅଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଦିନ ୧୨ଟାରେ ଭିସି ଜରିଆରେ ଦେଶର ବଡ ବଡ ଅକ୍ସିଜେନ ନିର୍ମାଣକାରୀ କଂପାନୀ ମୁଖ୍ୟଙ୍କ ସହ ବୈଠକ କରିବେ । ସେପଟେ ବଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କ ୪ଟି ନିର୍ବାଚନୀ ପ୍ରଚାର ସଭା କରିବା କାର୍ଯ୍ୟକ୍ରମ ଥିଲା । ତେବେ ସନ୍ଧ୍ୟା ୫ଟାରେ ଭର୍ଚୁଆଲରେ ପଶ୍ଚିମବଙ୍ଗ ବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।

Show More

Related Articles

Back to top button