ଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ: ସୋମବାରଠୁ ବ୍ୟକ୍ତିଗତ କାରରେ ମାସ୍କ ପିନ୍ଧିବା ନୁହେଁ ବାଧ୍ୟତାମୂଳକ

କରୋନା ଭାଇରସର ସଂକ୍ରମଣ ମାମଲା ହ୍ରାସ ପରେ ଶନିବାର କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।

ଦିଲ୍ଲୀରେ ଏଣିକି ବ୍ୟକ୍ତିଗତ ୪ ଚକିଆରେ ଗାଡିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଦିଲ୍ଲୀ ସରକାର ଦ୍ୱାରା ଜାରି ଗାଇଡ ଲାଇନ ଅନୁସାରେ ନୂଆ ନିୟନ ଆସନ୍ତା ସୋମବାର ଠାରୁ ଲାଗୁ ହେବ । ଦିଲ୍ଲୀରେ ବ୍ୟକ୍ତିଗତ ଚାରି ଚକିଆ ଗାଡିରେ ଏକାସାଙ୍ଗରେ ଯାତ୍ରା କରୁଥିବା ଲୋକଙ୍କ ଦିଲ୍ଲୀରେ ଆଶ୍ୱସ୍ତି ମିଳିଛି । ଡିଡିଏମଏର ନିର୍ଦ୍ଦେଶ ଅନୁସାରେ ବିନା ମାସ୍କରେ ଧରାପଡିବା ପରେ କୌଣସି ଜରିମାନା ଦେବାକୁ ପଡିବ ନାହିଁ।

ଶୁକ୍ରବାର ଡିଡିଏମଏର ବୈଠକରେ ସାର୍ବଜାନୀନ ସ୍ଥାନରେ ଫେସ ମାସ୍କ ନପିନ୍ଧିବା ଉପରେ ଜରିମାନା ୨୦୦୦ରୁ ହ୍ରାସ କରି ୫୦୦ ଟଙ୍କା କରାଯାଇଥିଲା। ଶନିବାର ଦିଲ୍ଲୀରେ ୪୪୦ ନୂଆ ମାମଲା ଚିହ୍ନଟ ହୋଇଥିଲା। ମହାମାରୀର ସ୍ଥିତିରେ ସୁଧାର ପରେ ଅନେକ କଟକଣା କହୋଳ କରାଯାଇଛି। କେନ୍ଦ୍ର ଶାସିତ ପ୍ରଦେଶରେ ବର୍ତ୍ତମାନ ପଜିଟିଭିଟି ହାର ୦.୮୩ ପ୍ରତିଶତରେ ପହଞ୍ଚିଛି।

Show More

Related Articles

Back to top button