ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଆସନ୍ତା ୩ରୁ ୧୫ରୁ ୧୮ବର୍ଷର ପିଲାଙ୍କ ଟିକାକରଣ

୧ରୁ ଆରମ୍ଭ ହେବ ପଞ୍ଜିକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ୩ ତାରିଖରୁ ଟିକାକରଣ ହେବ। ଏଥିପାଇଁ ୧ରୁ ପଞ୍ଜିକରଣ ଆରମ୍ଭ ହେବ। ପିଲାମାନେ କୋଭାକ୍ସିନ ଟିକା ନେବେ । ପ୍ରାୟ ୧୪ଲକ୍ଷ ଡୋଜ ଉପଲବ୍ଧ ଅଛି। ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ଆବଶ୍ୟକତା ଅନୁସାରେ ଟୀକାକରଣ କେନ୍ଦ୍ର ଖୋଲିବେ । ଆବଶ୍ୟକ ସ୍ଥଳେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ।

ସଠିକ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ଶେଷ ହେବ। ଟିକାକରଣ କେନ୍ଦ୍ରରେ ସକାଳ ବେଳା ୧୫-୧୮ ବର୍ଷ ପାଇଁ ଟିକାକରଣ ହେବ। ଅପରାହ୍ନରେ ଅନ୍ୟମାନଙ୍କ ଟିକାକରଣ ହେବ। ୧୫-୧୮ ବର୍ଷ ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ହିତାଧିକାରୀ ପ୍ରିକସନ ଡୋଜ ନେବେ। ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି। ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ଦୁରାରୋଗ୍ୟରେ ପୀଡିତ ହିତାଧିକାରୀ କେଉଁ ଟିକା ନେବେ ତାହା ସ୍ପଷ୍ଟ ହୋଇନାହିଁ।

Show More

Related Articles

Back to top button