ଖେଳ

୯ ଏପ୍ରିଲ୍‌ରୁ ଆଇପିଏଲ୍‌ ମୁକାବିଲା

ଦିଲ୍ଲୀ-ମୁମ୍ବାଇ ସମେତ ଏହି ୬ ସହରରେ ହେବ ମ୍ୟାଚ୍‌

ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇତିହାସ ରଚିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ଶେଷ ଟେଷ୍ଟରେ ଏକ ଇନିଂସ୍‌ ଏବଂ ୨୫ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି ଭାରତ। ୩-୧ରେ ଟେଷ୍ଟ ସିରିଜ୍‌ କବଜା କରି ନିଜ ମାଟିରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ପାଣି ପିଆଇଛି। ଟେଷ୍ଟ ସିରିଜରେ‌ ଟିମ୍‌ ଇଣ୍ଡିଆର କମାଲ ଦେଖିବାକୁ ମିଳିଥିବା ବେଳେ ପୁଣିଥରେ ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ଜାଗ୍ରତ ହୋଇଛି। ୨୦୨୦ରେ କରୋନା କଟକଣା ମଧ୍ୟରେ ଆଇପିଏଲ୍‌ ଆୟୋଜିତ ହୋଇଥିଲା। ତେବେ ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସମୟ ସୂଚୀ ମିଳିସାରିଛି।ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ୯ ଏପ୍ରିଲ୍‌ରୁ ଆରମ୍ଭ ହେବ। ଆଇପିଏଲର ମହାମୁକାବିଲା ମେ ୩୦ରେ ହେବାକୁ ଥିବା ବେଳେ ସମସ୍ତ ମ୍ୟାଚ୍‌ ଭାରତରେ ହିଁ ହେବ। ୫୧ ଦିନ ଧରି ଆଇପିଏଲ-୧୪ ଖେଳାଯିବାକୁ ଥିବା ବେଳେ ଦେଶର ୬ଟି ସହରରେ ଆୟୋଜିତ ହେବ।

୬ଟି ସହର ମଧ୍ୟରେ କୋଲକାତା, ଅହମଦାବାଦ, ଦିଲ୍ଲୀ , ଚେନ୍ନାଇ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ରହିଛି। କରୋନା ମହାମାରୀ ପାଇଁ ଗତବର୍ଷ ସେପ୍ଟମ୍ବର-ନଭେମ୍ବର ମଧ୍ୟରେ ୟୁଏଇରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ହୋଇଥିଲା।ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ୯ ଏପ୍ରିଲ୍‌ରୁ ଆରମ୍ଭ ହେବ। ଆଇପିଏଲର ମହାମୁକାବିଲା ମେ ୩୦ରେ ହେବାକୁ ଥିବା ବେଳେ ସମସ୍ତ ମ୍ୟାଚ୍‌ ଭାରତରେ ହିଁ ହେବ। ୫୧ ଦିନ ଧରି ଆଇପିଏଲ-୧୪ ଖେଳାଯିବାକୁ ଥିବା ବେଳେ ଦେଶର ୬ଟି ସହରରେ ଆୟୋଜିତ ହେବ। ୬ଟି ସହର ମଧ୍ୟରେ କୋଲକାତା, ଅହମଦାବାଦ, ଦିଲ୍ଲୀ , ଚେନ୍ନାଇ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ରହିଛି। କରୋନା ମହାମାରୀ ପାଇଁ ଗତବର୍ଷ ସେପ୍ଟମ୍ବର-ନଭେମ୍ବର ମଧ୍ୟରେ ୟୁଏଇରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ହୋଇଥିଲା।

Show More

Related Articles

Back to top button