ଦେଶ ବିଦେଶ

ଜାଣନ୍ତୁ : କିପରି କରିବେ ଶନି ଦେବଙ୍କୁ ସନ୍ତୁଷ୍ଟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନ୍ୟାୟର ଦେବତା କୁହାଯାଉଥିବା ସୂର୍ଯ୍ୟ ପୁତ୍ର ଶନିଙ୍କର କୃପା ଦୃଷ୍ଟି ଯାହା ଉପରେ ପଡିଥାଏ ତା ଜୀବନର ଭାଗ୍ୟ ଦୀପ ଶୁଭ ବାଟରେ ଯାଇଥାଏ

ଶନି ଦେବ କେବଳ ସେହି ଲୋକମାନଙ୍କର ନିକଟରେ ପ୍ରସନ୍ନ ହୁଅନ୍ତି ଯେଉଁମାନେ ନ୍ୟାୟର ମାର୍ଗରେ ଚାଲନ୍ତି l ଯଦି ଆପଣ ଶନି ଦେବଙ୍କୁ ଖୁସି କରିବାକୁ ଚାହୁଁ ଛନ୍ତି ତେବେ ସଙ୍କଟ ମୋଚନ ହନୁମାନଙ୍କୁ ଶନିବାର ଦିନ ପୂଜା କରନ୍ତୁ l

* ଯଦି କୌଣସି ବ୍ୟକ୍ତିକୁ ଶନି ଦେବଙ୍କ କୃପା ମିଳୁନାହିଁ ତେବେ କଳା ଘୋଡାର ନାଲ କିମ୍ବା ଡଙ୍ଗାରୁ କଣ୍ଟା ଆଣି ମୁଦି ତିଆରିକରି ନିଜର ମାଧ୍ୟମ ଆଙ୍ଗୁଠିରେ ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ନେଇ ସୂର୍ଯ୍ୟଅସ୍ତ ମଧ୍ୟରେ ପିନ୍ଧି ୧୦୮ ଥର ଓଁ ଶନି ଦେବାୟ ମନ୍ତ୍ର ଜପ କରନ୍ତୁ l

* ପ୍ରତେକ ଶନିବାର ଦିନ କଳା ରାଶି ସହିତ ଅଟା ଓ ଚିନି ମିଶାଇ ପିମ୍ପୂଡ଼ିକୁ ଖାଇବାକୁ ଦେଲେ ରିଷ୍ଟ ଖଣ୍ଡନ ହେବ l

* ଶନିବାର ଦିନ କାଳରାଶି କଳା କପଡା କମ୍ବଳ ଲୁହlର ବାସନ ଓ ବିରିଡାଳି ଦାନ କଲେ ଶନି ଦେବ ଖୁସି ହେବେ l

* ଶନିବାର ଦିନ ଯେକୌଣସି ସ୍ଥାନରେ ମାଙ୍କଡକୁ ଗୁଡ ଓ ଚଣା ଖୁଆନ୍ତୁ ଓ ହନୁମାନ ଚାଳିଶ ପାଠ କରନ୍ତୁ l ଏପରି କରିବା ଦ୍ୱାରା ସାନିଙ୍କର ଶୁଭ ଦୃଷ୍ଟି ରହିଥାଏ l

* ଶନିବାର ଦିନ ସଙ୍କଟ ମୋଚନ ଓ ଶନି ଦେବଙ୍କୁ ନୀଳ ରଙ୍ଗର ଅପରାଜିତା ଫୁଲ ଅର୍ପଣ କରନ୍ତୁ l ଏହା ଦ୍ୱାରା ସାନିଙ୍କର ଶୁଭ ଦୃଷ୍ଟି ରହିବ l

* ଯଦି ଜାତକ ଅନୁସାରେ ଶନି ଦେବଙ୍କର କୋପ ରହୁଛି ତେବେ ୪୦ ଦିନ ପର୍ଯ୍ୟନ୍ତ ଶନି ଦେବଙ୍କର ଶନି ଚାଳିଶା ପାଠ କରନ୍ତୁ l ଏହା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେବ l

Show More

Related Articles

Back to top button