ଓଡ଼ିଶାମୁଖ୍ୟ ଖବର

୨୦ରୁ କ୍ଲାସରୁମ୍‌ରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ

ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ଆସନ୍ତା ୨୦ରୁ କ୍ଲାସରୁମରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷର ପିଲା । କଲେଜରେ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଶ୍ରେଣୀଗୃହରେ ଆରମ୍ଭ ହେବ ପାଠପଢା । କରୋନା କଟକଣା ସହ କ୍ଲାସ ରୁମରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ବାଧ୍ୟତାମୂଳକ କରାଯାଇଛି ।

ଏନେଇ ସବୁ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ମହାମାରୀ ଯୋଗୁଁ ଅନେକ ଦିନ ଧରି କଲେଜ ବନ୍ଦ ରହିଥିଲା । ଏବେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହି ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏଥିପାଇଁ ଅନେକ ସର୍ତ୍ତ ବି ରହିଛି । ହଷ୍ଟେଲ୍ ଗୁଡିକ ଆସନ୍ତା କାଲିଠାରୁ ଖୋଲିଯିବ । ରାଜ୍ୟରେ ଥିବା ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡିକ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ କୁ ପାଳନ କରିବେ ।

Show More

Related Articles

Back to top button