ଓଡ଼ିଶା

ଅଗଷ୍ଟ ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

୯ଟାରୁ ସାଢ଼େ ୧୨ଟା ଯାଏଁ ହେବ ପାଠପଢ଼ା

ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପାଠପଢା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏଥି ସହିତ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ ବୋଲି ମଧ୍ୟ ଗଣଶିକ୍ଷା ବିଭାଗ କହିଛି ।ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିଲେ ସକାଳ ୯ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏଥିପାଇଁ ପାଲାଙ୍କ ଉପସ୍ଥାନ ବାଧ୍ୟତା ମୂଳକ କରାଯାଇନାହିଁ ।

ଅଭିଭାବକ ଚାହିଁଲେ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ପଠାଇ ପାରିବେ । ନଚେତ୍‌ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀ କ୍ଲାସ୍‌ କରିପାରିବେ । ଶ୍ରେଣୀ ଗୃହରେ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ କରାଯିବ । ରବିବାର ଏବଂ ଅନ୍ୟାନ୍ୟ ଛୁଟି ଦିନଗୁଡ଼ିକରେ ସ୍କୁଲ୍‌ ବନ୍ଦ ରହିବ ବୋଲି ଗଣଶିକ୍ଷା ବିଭାଗ ବଜ୍ଞପ୍ତି ପ୍ରକାଶ କରିଛି ।

Show More

Related Articles

Back to top button