ଓଡ଼ିଶାମୁଖ୍ୟ ଖବର

୧୫ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକ୍‌ସିନେସନ୍‌ ପ୍ରସ୍ତୁତି

ସ୍କୁଲରେ ହୋଇପାରେ ଟିକାକରଣ, କରିବାକୁ ପଡିବ ପଞ୍ଜିକରଣ

୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର ୨୮୪ଜଣ ପିଲାଙ୍କୁ ଦିଆଯିବ କରୋନା ଭ୍ୟାକ୍‌ସିନ୍‌ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୬୦ ବର୍ଷରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କୁ ମଧ୍ୟ ପ୍ରତିଷେଧକ ଡୋଜ ଦିଆଯିବ । ୭ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ।

ତେବେ ୧୫ ରୁ ୧୮ ବର୍ଷର ଯେଉଁମାନେ ଟିକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ । ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ । ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକ ମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ । ଅନୁମତି ପାଇଥିବା ଦୁଇଟି ଟୀକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶୀକା ଆସିବା ପରେ ସ୍ପଷ୍ଟ ହେବ। ସେହିପରି ନିୟମ ଅନୁସାରେ ଯିଏ ଯେଉଁ ଟୀକା ନେଇଛନ୍ତି । ପ୍ରତିଷେଧକ ଡୋଜ (ବୁଷ୍ଟର) ହିସାବରେ ସେହି ଟୀକା ନେବା କଥା । ବର୍ତ୍ତମାନ ୨୬୦୦ ସେସନ ସାଇଟରେ ଟିକାକରଣ ଚାଲିଛି। ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ବୁଲି ଟୀକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି ।

Show More

Related Articles

Back to top button