ଦେଶରାଜନୀତି

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଲେ ୪ଥରର ବିଧାୟକ

ଆଉ କିଛିଦିନ ପରେ ଗୁଜରାଟ ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ବିଜେପିକୁ ଏକ ଶକ୍ତ ଝଟକା ଲାଗିଛି । ବିଜେପିରୁ ଇସ୍ତଫା ଦେଇଛନ୍ତି ୪ଥରର ବିଧାୟକ ଜୟ ନାରାୟଣ । କିଛି ଦିନ ପୂର୍ବରୁ ଦଳୀୟ କାର୍ଯ୍ୟକଳାପକୁ ନେଇ ସେ ଅସନ୍ତୁଷ୍ଟ ରହିଥିବା ସୂଚନା ମିଳିଛି ।

ସେ ନିଜେ ଏନେଇ କହିଛନ୍ତି, ତାଙ୍କୁ କଣଠେସା କରାଯାଉଥିବାରୁ ସେ ଦଳ ଛାଡ଼ିଛନ୍ତି। ତାଙ୍କ ପାଇଁ ରାଜନୀତିରେ ବିକଳ୍ପ ଖୋଲା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ସିଦ୍ଧପୁର ବିଧାନସଭା ଆସନକୁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ଜସ ନାରାୟଣ । କଂଗ୍ରେସ କିମ୍ବା ଆମ୍ ଆଦମୀ ପାର୍ଟିରେ ସାମିଲ ହେବା ନେଇ କୁହାଯାଉଛି।

ଜୟ ନାରାୟଣ କଂଗ୍ରେସରେ ସାମିଲ ହେଲେ ତାଙ୍କୁ ସିଦ୍ଧପୁର ବିଧାନସଭା ସିଟ୍ ରୁ ଟିକେଟ୍ ଦିଆଯିବା ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ଚାଲିଛି ବୋଲି କଂଗ୍ରେସର ଜଣେ ନେତାଙ୍କ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button