ଖେଳମୁଖ୍ୟ ଖବର

ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ

ସିଡନୀ: ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟ ଦଳ ଭାବେ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିସାରିଥିଲା । ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି । ଇଂଲଣ୍ଡର ଏହି ବିଜୟ ସହ ଗତଥର ବିଜେତା ତଥା ଆୟୋଜକ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୪୨ ରନର ଟାର୍ଗେଟ ରଖିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ କରିଥିଲା ଶ୍ରୀଲଙ୍କା ଟିମ୍ । ଜବାବରେ ଇଂଲଣ୍ଡ ଶେଷ ଯାଏଁ ସଂଘର୍ଷ କରି ୨ ଟି ବଲ ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଛି । ଆଲେକ୍ସ ହିଲ୍ସ ଓ ବେନ ଷ୍ଟୋକ୍ସଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ଏହି ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା । ଅନ୍ୟପଟେ ‘ଗ୍ରୁପ-ବି’ରୁ କିଏ ସେମିରେ ପ୍ରବେଶ କରିବା ତା ଉପରେ ସମସ୍ତଙ୍କ ନଜର ରହିଛି । ଶ୍ରୀଲଙ୍କାର ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ଯଦି ଶ୍ରୀଲଙ୍କାର ଏହି ମ୍ୟାଚ୍ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥାନ୍ତା । ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ୭ ପଏଣ୍ଟ ସହ ସୁପର ୧୨ ଅଭିଯାନ ଶେଷ କରିଥିଲେ । ତେବେ ଅଷ୍ଟ୍ରେଲିଆ (-୦.୧୭୩) ଅପେକ୍ଷା ଉନ୍ନତ ରନ୍ ରେଟ୍ ବଳରେ ଇଂଲଣ୍ଡ (+୦.୪୭୩) ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛି ।

Show More

Related Articles

Back to top button