Breaking PLUSଦେଶ ବିଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା

ସୁପ୍ରିମକୋର୍ଟରେ ପଶିଛି କରୋନା । ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪ ବିଚାରପତି ଗତ ସୋମବାର ଯାଏ କୋର୍ଟ କାର୍ୟ୍ୟ କରିଥିବା ସୂଚନା ମିଳିଛି ।

ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନାଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଥିବା ବିଚାରପତିଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ରାଷ୍ଟ୍ରପତି ଭବନ ପ୍ରୋଟୋକଲ୍ ଅନୁସାରେ ୧୫ ଜଣ ବିଚାରପତିଙ୍କର ଜଞ-ଚଉଜ ଟେଷ୍ଟ କରାଯାଇଥିଲା । ସେଥିରୁ ୪ ଜଣ ପଜିଟିଭ୍ ବାହାରିଛନ୍ତି । ସେପଟେ ସଂକ୍ରମଣ ବଢୁଥିବାରୁ ଆଜିଠାରୁ ସୁପ୍ରିମକୋର୍ଟରେ କେବଳ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ।

Show More

Related Articles

Back to top button