Breaking PLUSଦେଶମୁଖ୍ୟ ଖବର

ନୂଆପଡାରେ ଦୁର୍ଘଟଣା, 4ମୃତ

ନୂଆପଡା : ନୂଆପଡା ବୋଡେନ୍‌‌ ଥାନା ରାଜପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ଦୁଇ ବାଇକ୍‌‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଚାଲିଯାଇଛି ୪ ଜଣଙ୍କ ଜୀବନ। ଏହାସହ ୩ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବୋଡେନ ଓ ନୂଆପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଦଶହରା ପୂଜା ଦେଖି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି।

Show More

Related Articles

Back to top button