Breaking PLUSଦେଶମୁଖ୍ୟ ଖବର

ଜୈସଲମେରରେ ସଡକ ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ

ଜୈସଲମେର, 6 ଜାନୁୟାରୀ – ଜୈସଲମେର-ବାଡମେର ରୋଡରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମା-ପୁଅଙ୍କ ସମେତ 4ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ 4ଜଣ ଆହତ ହୋଇଛନ୍ତି ।
ଜୈସଲମେର ପୋଲିସ ଅଧୀକ୍ଷକ ବିକାଶ ସାଙ୍ଗବାନ କହିଛନ୍ତି ଯେ, ଶୁକ୍ରବାର ରାତି ପ୍ରାୟ ସାଢେ 8ଟା ବେଳେ ଜୈସଲେମରରୁ ଦ୍ରୁତଗତିରେ ଆସୁଥିବା ଏକ ସ୍ୱିଫ୍ଟ ଗାଡି ବାଡମେର ଅଭିମୁଖେ ଯାଉଥିଲା । ଗାଡିକୁ ରୋକିବା ପାଇଁ ଦେବୀକୋଟ ନିକଟରେ ପୋଲିସ ନାକାବନ୍ଦୀ କରିଥିଲା । ମାତ୍ର କାରଟି ଏହାକୁ ଭାଙ୍ଗି ବାଡମେର ଅଭିମୁଖେ ପଳାଇଯାଇଥିଲା । ଏହାପରେ କାରଟି ଦେବୀକୋଟ ନିକଟରେ ଏକ ଡାଳିମ୍ବ ବୋଝେଇ ପିକଅପ ଭ୍ୟାନରେ ଧକ୍କା ହୋଇଥିଲା । ଏହି ଭୟାବହ ଦୁର୍ଘଟଣାରେ ଡାଳିମ୍ବ କିଣୁଥିବା ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ଉଭୟ ନେପାଳର ବାସିନ୍ଦା । ସେହିପରି ଗାଡିରେ ଥିବା 2ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Show More

Related Articles

Back to top button