Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶରେ ଟ୍ରେନରେ ଲାଗିଲା ନିଆଁ, 4ଯାତ୍ରୀଙ୍କ ମୃତ୍ୟୁ

ଢାକା, 6 ଜାନୁୟାରୀ – ବାଂଲାଦେଶର ରାଜଧାନୀ ଢାକାରେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରେନରେ ନିଆଁ ଲାଗିବା କାରଣରୁ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅଘଟଣରେ ଅନେକ ଲୋକ ଆହତ ହୋଇଛନ୍ତି । ଷଡଯନ୍ତ୍ରକାରୀ ଟ୍ରେନରେ ନିଆଁ ଲଗାଇ ଦେଇଥିବା ପୋଲିସ ସନ୍ଦେହ କରୁଛି । ଏହି ଘଟଣା ଦେଶରେ ସାଧାରଣ ନିର୍ବାଚନର ଦୁଇଦିନ ପୂର୍ବରୁ ହୋଇଛି । ଅନ୍ୟପଟେ ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ବହିଷ୍କାର କରିଛି ।
ଢାକା ଟ୍ରିବ୍ୟୁନ ମୁତାବକ ରାଜଧାନୀର ଗୋପିବାଗ ଅଞ୍ଚଳରେ ଟ୍ରେନରେ ନିଆଁ ଲାଗିବା କାରଣରୁ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଫାୟାର ସର୍ଭିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ପାସେଞ୍ଜର ଟ୍ରେନର 4ଟି ଡବାକୁ ବ୍ୟାପିଯାଇଥିଲା । ଢାକା ଷ୍ଟେସନ ଅଭିମୁଖେ ଟ୍ରେନଟି ଯାଉଥିବା ବେଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏଥିରେ 4ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରେନରେ 292ଜଣ ଯାତ୍ରୀ ଥିଲେ ।

Show More

Related Articles

Back to top button