Breaking PLUSଦେଶମୁଖ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଡେଙ୍ଗୁ ଆକ୍ରାନ୍ତ

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଏମ୍ସର ଅଧିକାରୀ ଆଜି ସୂଚନା ଦେଇଛନ୍ତି । ଜ୍ୱର ହେବା ପରେ ବୁଧବାର ସନ୍ଧ୍ୟାରେ ମନମୋହନ ସିଂହଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ‘ମନମୋହନ ସିଂହଙ୍କୁ ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଏବେ ତାଙ୍କର ପ୍ଲେଟଲେଟସ୍‌ ସଂଖ୍ୟା ବୃଦ୍ଧି ପାଉଛି ଏବଂ ସ୍ୱାସ୍ଥ୍ୟ ସ୍ଥିତିରେ ସୁଧାର ଆସୁଛି।’

ଡଃ ସିଂହଙ୍କୁ ଏମ୍ସର କାର୍ଡିଓ-ନ୍ୟୁରୋ ସେଣ୍ଟରର ଏକ ଓ୍ୱାର୍ଡରେ ରଖାଯାଇଛି । ଡାକ୍ତର ନୀତିଶ ନାଇକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମ୍ସରେ ମନମୋହନ ସିଂହଙ୍କୁ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି।

 

Show More

Related Articles

Back to top button