ଓଡ଼ିଶାଭକ୍ତି

ଭାଗବତ ବାଣୀ

ଆନନ୍ଦ ହିଁ ହେଉଛି ଆତ୍ମାର ସ୍ୱରୂପ ଏବଂ ସମସ୍ତ ଚେଷ୍ଟାର ନିବୃତ୍ତି ହିଁ ଆତ୍ମାନନ୍ଦ ଅଭିବ୍ୟକ୍ତିର ମାଧ୍ୟମ । ବାସ୍ତବିକ ସୁଖ ହେଉଛି ମନୁଷ୍ୟର ସ୍ୱରୂପ ; କିନ୍ତୁ ମନୁଷ୍ୟ ନିଜର ପ୍ରକୃତ ସୁଖସ୍ୱରୂପକୁ ଭୁଲିଯାଇ ଏହି ମିଥ୍ୟା ଦ୍ୱୈତ୍ୟକୁ ସତ୍ୟ ବୋଲି ମାନୁଥିବାରୁ ଅତ୍ୟନ୍ତ ଭୟଙ୍କର ଓ ବିଚିତ୍ର ଜନ୍ମମୃତ୍ୟୁ ଚକ୍ରରେ ଘୁରୁଛି । ଶରୀର ଆଦି ହେଉଛି ପ୍ରାରବ୍ଧର ଅଧୀନ । ଯେ ଏହି ଶରୀରାଦି ଦ୍ୱାରା ନିଜକୁ ସୁଖ ଦେଇ ଦୁଃଖ ଦୂର କରିବାକୁ ଚାହୁଁଛି, ସେ କଦାପି ନିଜ କାର୍ଯ୍ୟରେ ସଫଳ ହୋଇପାରିବ ନାହିଁ ; ଯେତେଥର ଚେଷ୍ଟା ବି ତାହାର ସକଳ କର୍ମ ବ୍ୟର୍ଥ ହୋଇଯିବ । ମନୁଷ୍ୟ ସର୍ବଦା ଶାରୀରିକ, ମାନସିକ ଆଦି ଦୁଃଖରେ ଆକ୍ରାନ୍ତ ହୋଇ ରହେ; ପୁଣି ସେ ହେଉଛି ମରଣଶୀଳ । ଏପରି ଅବସ୍ଥାରେ ସେ ବହୁ ଶ୍ରମ ଓ କଷ୍ଟ ସ୍ୱୀକାର କରି କିଛି ଧନ ଓ ଭୋଗ ପାଇଗଲେ ବି ସେଥିରୁ କିଛି ଲାଭ ମିଳେ ନାହିଁ ।

Show More

Related Articles

Back to top button