Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୬୨ ଜଣ ଆକ୍ରାନ୍ତ

ଆଜି ରାଜ୍ୟରେ ୫୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୭୪୨ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି ।

ସେହିପରି କଟକରୁ ୬୯, ଯାଜପୁରରୁ ୨୪, ମୟୂରଭଂଜରୁ ୨୨, ଜଗତସିଂହପୁରରୁ ୧୯, କେନ୍ଦ୍ରାପଡ଼ାରୁ ୧୪, ପୁରୀରୁ ୧୨, ବାଲେଶ୍ୱରରୁ ୧୧, ସମ୍ବଲପୁରରୁ ୭, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏ କରୋନାରୁ ସୁସ୍ଥ ହୋଇଛନ୍ତି ।

ତାସହ ଗଂଜାମ, କୋରାପୁଟରୁ ୩-୩ ଜଣ, ଭଦ୍ରକ, ନୟାଗଡ଼, ରାୟଗଡ଼ାରୁ ୩ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ାରୁ ୨-୨ ଜଣ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button