ଓଡ଼ିଶାସ୍ୱତନ୍ତ୍ର

ଆଜି ବିଜେପିରେ ଯୋଗ ଦେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ

ଆଜି ବିଜେପିରେ ଯୋଗ ଦେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା କ୍ୟାପ୍ଟେନ ଅମରିନ୍ଦର ସିଂହ । ନିଜର ଆଗାମୀ ରାଜନୀତିକ ଭବିଷ୍ୟତକୁ ବଜାୟୀ ରଖିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିବାକୁ ଯାଉଛନ୍ତି।

ତେବେ ସେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିଲେ। ଏଥିସହ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କ ଦଳ ଗୋଟିଏ ହେଲେ ବି ଆସନ ଜିତି ପାରି ନଥିଲା।

ଏବେ ସେ ନିଜର ଆଗାମୀ ରାଜନୀତିକ ଭବିଷ୍ୟତକୁ ବଜାୟୀ ରଖିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିବାକୁ ଯାଉଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପଞ୍ଜାବ ଲୋକ କଂଗ୍ରେସ ମଧ୍ୟ ବିଜେପି ସହ ବିଲୀନ ହେବ।

ସେ ଆଜି ବିଜେପିରେ ଯୋଗଦେବାକୁ ଥିବା ବେଳେ ଏହାପୂର୍ବରୁ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏହାପରେ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ। କ୍ୟାପ୍ଟେନ ସିଂହଙ୍କ ବ୍ୟତୀତ ପଞ୍ଜାବ ଲୋକ କଂଗ୍ରେସରେ ଥିବା ୭ ଜଣ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ଆଜି ପଦ୍ମ ଧରିବେ।

 

 

 

Show More

Related Articles

Back to top button