Breaking PLUSଦେଶ ବିଦେଶମୁଖ୍ୟ ଖବର

୯୨ ବର୍ଷ ବୟସରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇଙ୍କ ପରଲୋକ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଅହମ୍ମଦାବାଦର ଷ୍ଟିରଲିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କେଶୁଭାଇ ପଟେଲ ୧୯୯୫ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳାଥିଲେ। ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜୁରାଟ ବିଧାନସଭାକୁ ସେ ଛଅ ଥର ନିର୍ବାଚିତ ହୋଇଥିଲେ। ପଟେଲ ୨୦୧୨ରେ ବିଜେପି ଛାଡି ନିଜର ରାଜନୀତିକ ପାର୍ଟି ଗୁଜୁରାଟ ପରିବର୍ତ୍ତନ ପାର୍ଟି ଗଢ଼ିଥିଲେ।

Show More

Related Articles

Back to top button