Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୬୧୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
ରାଜ୍ୟରେ ଗତ କିଛି ଦିନ ଧରି କ୍ରମାଗତ ଭାବେ କରୋନା ସଂକ୍ରମଣ କମୁଥିବାବେଳେ ଆଜି ଟିକେ ସେହି ସଂଖ୍ୟାରେ ସାମାନ୍ୟ ପରିବର୍ତ୍ତନ ହୋଇଛି, ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣଙ୍କ ସଂଖ୍ୟା ।

ରାଜ୍ୟରେ ଗତ କିଛି ଦିନ ଧରି କ୍ରମାଗତ ଭାବେ କରୋନା ସଂକ୍ରମଣ କମୁଥିବାବେଳେ ଆଜି ଟିକେ ସେହି ସଂଖ୍ୟାରେ ସାମାନ୍ୟ ପରିବର୍ତ୍ତନ ହୋଇଛି, ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧,୬୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ୧,୬୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୭୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ରେ ପହଞ୍ଚିଛି। । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।