ଓଡ଼ିଶା

ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ

ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍

କଟକ ରେଳଷ୍ଟେସନରୁ ସେନାବାହୀନିର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । ଏନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଛି । ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗଓ୍ବା । ସେ କର୍ଣ୍ଣାଟକ ବାସିନ୍ଦା ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, କଟକରେ ଆୟୋଜିତ ଏକ କ୍ୟାମ୍ପରେ ଯୋଗଦେବାକୁ ୧୫୦ ଜଣ ଯବାନ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଆସିଥିଲେ ।

ଟ୍ରେନଟି ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ କଟକରେ ପହଞ୍ଚିବା ପରେ ସମସ୍ତ ଯବାନ ଓହ୍ଲାଇଥିଲେ । କିନ୍ତୁ ସେମାନଙ୍କ ଗଣତି ସମୟରେ ଟେନଜିନ୍ ଗଓ୍ବା ସେହି ଗ୍ରୁପରେ ନଥିବା ଜଣାପଡ଼ିଥିଲା । ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ ସମ୍ଭବପର ନହେବାରୁ ଏନେଇ ରେଳବାଇ ଥାନାରେ ସେନାର ମେଜର ଏକ ମାମଲା ରୁଜୁ କରିଛନ୍ତି । ଜିଆରପି ଥାନା ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାରଠାରୁ ନିଖୋଜ ଯବାନଙ୍କ ମୋବାଇଲ ସ୍ଵିଚ୍ ଅଫ୍ ଅଛି । ତେବେ ସିସିଟିଭି ଫୁଟେଜ ଏବଂ ସିଡିଆର ଆଧାରରେ ତଦନ୍ତ ଆରମ୍ଭ ହୋଇଛି ।

Show More

Related Articles

Back to top button