ଦେଶ ବିଦେଶମୁଖ୍ୟ ଖବର

ଆଟ୍ ରିସ୍କ ଦେଶରୁ ଆସିଥିବା ୯୮୨ ଜଣଙ୍କ ମଧ୍ୟରୁ ୪ ପଜିଟିଭ୍ ଚିହ୍ନଟ

ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଗଲା ନମୂନା

ଓଡିଶାରେ ଦେଖାଦେଲା ଓମିକ୍ରନ୍ ଭୟ । ଆଟ୍ ରିସ୍କ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ୪ ଜଣଙ୍କ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି । ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଟ୍ ରିସ୍କ ଦେଶରୁ ୯୮୨ ଜଣ ଆସିଛନ୍ତି । ଏ ନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । ସେମାନେ ଫେରାର ନାହାନ୍ତି । କିଛି ଲୋକ ଫୋନ୍ ଉଠାଉ ନାହାନ୍ତି । ସ୍ବାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ୍ କରିବା କାମରେ ଲାଗିଛନ୍ତି । ଯଦି ତୃତୀୟ ଲହର ଆସେ, ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପ୍ରଥମ ଓ ଦ୍ବିତୀୟ ଲହରରୁ ରାଜ୍ୟ ଅନେକ ଶିକ୍ଷା ପାଇଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Show More

Related Articles

Back to top button