ଓଡ଼ିଶାମୁଖ୍ୟ ଖବର

ସପ୍ତାହେ ଯାଏଁ ଗାଏବ ହେବ ଶୀତ

ଆସୁଛି ଲଘୁଚାପ

ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି । ବିଶେଷ କରି ରାତି ତାପମାତ୍ରା କମିବା ଯୋଗୁ ଅଧିକ ଶୀତ ଅନୁଭୂତ ହୋଇଛି । ଆଗାମୀ ସପ୍ତାହେ ଯାଏ ରାଜ୍ୟରୁ ଗାଏବ ହୋଇଯିବ ଶୀତ । ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରଭାବ ଯୋଗୁ ବିଶେଷ ଥଣ୍ଡା ଅନୁଭୂତ ହେବନି । ୧୦ ତାରିଖରୁ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ବଢ଼ିଯିବ । ଦାରିଙ୍ଗିବାଡ଼ି ଓ ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରୀ ବଢ଼ିବ ଓ କମ୍‌ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଡ. ପଶୁପାଳକ ଆହୁରୀ ମଧ୍ୟ କହିଛନ୍ତି ଯେ, ତିନି ଦିନ ପରେ ରାଜ୍ୟରୁ ଶୀତ କମିବ । କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ ତାରିଖ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ୧୧ ତାରିଖରୁ ଶୀତ ଗାଏବ ହୋଇଯିବ ।

ଲଘୁଚାପ କାରଣରୁ ୧୧ରୁ ୧୫ ତାରିଖ ଯାଏ ପାଗ ମେଘୁଆ ସହ ବିକ୍ଷିପ୍ତ ବର୍ଷା ହେବ । ୧୧ ଓ ୧୨ରେ ରାତି ତାପମାତ୍ରା ୨ଡିଗ୍ରୀ ବଢ଼ିବ । ୧୩ ଓ ୧୪ରେ ତାପମାତ୍ରା ଆଉ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ସେହିପରି କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ତାରିଖରେ ପାଗ କୋହଲା ରହିବ । କୁହୁଡି ବି ଅନୁଭୂତ ହେବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୮, ୯ ଓ ୧୦ ତାରିଖରେ ତାପମାତ୍ରା ୧ ଡିଗ୍ରୀ କମିବ । ୧୧ ଓ ୧୨ରେ ପାଗ ମେଘୁଆ ସହ ତାପମାତ୍ରା ୧ ଡିଗ୍ରୀ ବଢ଼ିବ ବୋଲି ଡ.ପଶୁପାଳକ ଆକଳନ କରିଛନ୍ତି । ସେପଟେ ଦାରିଙ୍ଗିବାଡିରେ ପାରଦ ୯.୫ ଡିଗ୍ରୀକୁ ଖସିଆସିଛି । କୋରାପୁଟରେ ୧୨.୨, ଫୁଲବାଣୀରେ ୧୨.୬, କେନ୍ଦୁଝରରେ ୧୪.୨, ଟିଟିଲାଗଡ଼ରେ ୧୪.୩, ଝାରସୁଗୁଡ଼ାରେ ୧୪.୬ ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ରହିଛି ।

Show More

Related Articles

Back to top button