ଓଡ଼ିଶାମୁଖ୍ୟ ଖବର

ଓମିକ୍ରନ୍‌ ନେଇ ବଡଦିନ ଓ ନୂଆ ବର୍ଷ ଲାଗି ଆସିପାରେ ନୂଆ ଗାଇଡ଼ଲାଇନ୍‌

ବଡଦିନ ଓ ନୂଆ ବର୍ଷ ପାଇଁ ଆଜି ଆସିପାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ । ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର ।

ଗତକାଲି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା । ତେବେ ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ବ ଦେଇଛନ୍ତି ସରକାର । ବଡଦିନ ଓ ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ଭିଡ ଜମିପାରେ । ଯାଦାହ୍ବାରା କରୋନା ବ୍ୟାପିବାର ଭୟ ଅଧିକ । ଓମିକ୍ରନ ଅଧିକ ସଂକ୍ରାମକ ହୋଇଥିବାରୁ ବଡଦିନ ଓ ନୂଆବର୍ଷରେ ସ୍ବତନ୍ତ୍ର ଗାଇଡଲାଇନ ନେଇ ସରକାର ବିଚାର ବିମର୍ଶ କରୁଛନ୍ତି ।

ସେପଟେ କରୋନା ନିୟମ ପାଳନ କରିବା ସହିତ ସଚେତନ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ଦରକାର ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button