ସ୍ୱାସ୍ଥ୍ୟ

କିଡ୍ନୀ ରୋଗୀ ମାନଙ୍କର ଭଲ ବନ୍ଧୁ ଅଟେ ଏହିସବୁ ଖାଦ୍ୟ

ଆସନ୍ତୁ ଜାଣିବା ସେଗୁଡିକ କଣ-

ଆଜିକାଲି ଦୁନିଆରେ କିଡ୍ନୀ ସମସ୍ୟା ଦ୍ୱାରା ପ୍ରାୟ ଅଧିକାଂଶ ଲୋକ ପ୍ରଭାବିତ ହେଉଛନ୍ତି ,ଗବେଷଣାରୁ ଜଣାପଡିଛି ଯେ ପ୍ରାୟ ୧୦ ପ୍ରତିଶତ ଲୋକ ଏହା ଦ୍ୱାରା ପ୍ରଭାବିତ ରହୁଛନ୍ତି l କିଡ୍ନୀ ଗୋଟିଏ ଛୋଟ ଅଙ୍ଗ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଖୁବ ଶକ୍ତିଶାଳୀ ଅଟେ l ଯାହା ଶରୀରରେ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ l କିଡ୍ନୀ ବର୍ଜ୍ୟ ବସ୍ତୁ ମାନଙ୍କୁ ଫିଲ୍ଟର କରିବା ସହିତ ଶରୀରର ହର୍ମୋନକୁ ମଧ୍ୟ ପ୍ରଭାବିତ କରେ l

ଆଜି ଆମେ ଜାଣିବା କେଉଁ ସବୁ ଋତୁ ଜନିତ ଫଳ ଓ ଖାଦ୍ୟ ସାମଗ୍ରୀ ଦ୍ୱାରା ଆମେ କିଡ୍ନୀକୁ ସୁସ୍ଥ ରଖି ପାରିବ l କାରଣ କିଡ୍ନୀ ପାଇଁ ଭିଟାମିନ-କେ ,ସି ଓ ବି ଭରପୁର ମାତ୍ରାରେ ଆବଶ୍ୟକ ,ତା ସହିତ ଅନେକ ପୋଷକତତ୍ୱର ମଧ୍ୟ ଆବଶ୍ୟକତା ରହିଛି ଆସନ୍ତୁ ଜାଣିବା ସେଗୁଡିକ କଣ l

* ଜାମୁକୋଳି -ଜାମୁକୋଳି ଗୋଟିଏ ବର୍ଷ ଦିନିଆ ଫଳ ଅଟେ l ଏହା ସ୍ୱାଦିଷ୍ଟ ହେବା ସହିତ ଶରୀର ପକ୍ଷ ସ୍ୱାସ୍ଥ୍ୟକର ମଧ୍ୟ l ଏଥିରେ ସୋଡିୟମ ,ପୋଟାସିୟା ଓ ଫଷଫରସର ମାତ୍ରା କମ ରହିଥିବା କାରଣରୁ କିଡ୍ନୀ ପାଇଁ ହିତକର ଅଟେ l ଏଥିରେ ଇମ୍ୟୁନିଟି ବଢାଇବାର ଗୁଣ ରହିଛି ଯାହା ହୃତ୍ପିଣ୍ଡକୁ ମଧ୍ୟ ସୁସ୍ତ ରହିଥାଏ l

* ରସୁଣ -ଭାରତୀୟ ଖାଦ୍ୟରେ ରସୁଣରେ ପ୍ରୟୋଗ ପ୍ରବଳ କରାଯାଇଥାଏ l ଏହା ସ୍ବାଦକୁ ବଢାଇବା ବ୍ୟତୀତ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଅଟେ l ରସୁଣରେ ମାଙ୍ଗାନିଜ ,ଭିଟାମିନ-ସି ଓ ଭିଟାମିନ-ବି ୬ ପ୍ରଚୁର ପରିମାଣରେ ରହିଛି l ତା ସହିତ ଏଥିରେ ସୋଡିୟମ ,ପୋଟାସିୟମ ଓ ଫଷଫରସର ମାତ୍ରା କମ ରହିଥିବା କାରଣରୁ କିଡ୍ନୀ ରୋଗ ପାଇଁ ଅତ୍ୟନ୍ତ ଲାଭ ଦାୟକ l

* ଲାଲ ଅଙ୍ଗୁର -ଏହି ଅଙ୍ଗୁରରେ ଭୀତମୀ-ସି ଓ ଆଣ୍ଟିଆକ୍ସିଡ଼େଣ୍ଟର ମାତ୍ରା ଅଧିକ ରହିଥାଏ l ତା ସହିତ ପୋଟାସିୟମର ମାତ୍ରା ମାତ୍ର କମ ରହିଥିବାରୁ କିଡ୍ନୀ ପାଇଁ ଲାଭ ଦାୟକ l ଗବେଷକ ମାନଙ୍କ ମତରେ କିଡ୍ନୀ ରୋଗୀ ମାନେ ଲାଲ ଅଙ୍ଗୁର ଖାଇବା ଉଚିତ l

* ସପୁରି -କିଡ୍ନୀ ରୋଗରେ ଗ୍ରାସିତ ଲୋକ ମାନଙ୍କୁ ଡାକ୍ତର ସପୁରି ସେବନ କରିବା ପାଇଁ ପରାମର୍ଶ ଦେଇ ଥାନ୍ତି ,କାରଣ ଏଥିରେ ରୋମଲେନ ରହିଥାଏ ଯାହା କିଡ୍ନୀ ପାଇଁ ରାମବାଣ ସଦୃଶ l

Show More

Related Articles

Back to top button