ସ୍ୱାସ୍ଥ୍ୟ

ଗବେଷଣାରୁ ଜଣାପଡିଛି ହଳଦୀ ,ଲେମ୍ବୁ ଓ ମହୁର ମିଶ୍ରଣ ଅଧିକାଂଶ ରୋଗ ପାଇଁ ରାମବାଣ ଅଟେ

ଆୟୁର୍ବେଦରେ ହଳଦୀକୁ ଅତ୍ୟନ୍ତ ଗୁଣକାରୀ ଜିନିଷ ଭାବରେ ଗ୍ରହଣ କରାଯାଏ

ଏଥିରେ ଆଣ୍ଟି ଇମ୍ପ୍ଲାମେଟୋରୀ ଓ ଆଣ୍ଟି ସେପ୍ଟିକ ଗୁଣ ରହିଛି l ଯାହାଦ୍ୱାରା ଆମ ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ l କିନ୍ତୁ ଯଦି ଏହି ହଳଦୀରେ ଲେମ୍ବୁ ଓ ମହୁ ମିଶାଯାଏ ତେବେ ଏହାର ଔଷଧୀୟ ଗୁଣ ଅନେକ ମାତ୍ରାରେ ବଢ଼ି ଯାଇଥାଏ l ଏଥିପାଇଁ କେବଳ ଅଧ ଚାମଚ ହଳଦୀଗୁଣ୍ଡ ,ଏକ ଫାଳ ଲେମ୍ବୁ ଓ ଦୁଇ ଚାମଚ ମହୁର ଆବଶ୍ୟକତା ରହିଛି l ତା ସହିତ ସାମାନ୍ୟ ଉଷୁମ ପାଣି ଦରକାର l

ଆପଣ ପ୍ରତେକ ଦିନ ସକାଳୁ ଏହି ହଳଦୀ ,ମହୁ ,ଲେମ୍ବୁର ମିଶାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରନ୍ତୁ l ଏହି ସମସ୍ତ ମିଶ୍ରଙ୍କୁ ଉଷୁମ ପାଣିରେ ଫେଣ୍ଟି ଦିଅନ୍ତୁ l ଏହାକୁ ପ୍ରତେକଦିନ ସଖାଳ ଜଳଖିଆ ପୂର୍ବରୁ ସେବନ କରନ୍ତୁ l ଏହାକୁ ପ୍ରତେକ ଦିନ ସେବନ କରିବା ଦ୍ୱାରା ଶରୀରକୁ ଅଦ୍ଭୁତ ଲାଭ ମିଳିବ l ଯାହା ନିମ୍ନରେ ଦିଆଗଲା l

* କ୍ୟାନ୍ସରରୁ ରକ୍ଷା କରେ – ଅଧିକାଂଶ ଗବେଷଣାରେ ଜଣା ପଡିଛି ଯେ ହଳଦୀକୁ ସେବନ କରିବା ଦ୍ୱାରା କ୍ୟାନ୍ସର ରୁ ରକ୍ଷା ମିଳିଥାଏ l ହଳଦୀ ,ମହୁ ଓ ଲେମ୍ବୁର ସମିଶ୍ରଣ କ୍ୟାନ୍ସର ସେଲସ କୁ ନଷ୍ଟ କରିଥାଏ l ବ୍ରେଷ୍ଟ କ୍ୟାନ୍ସର ,କୋଲନ କ୍ୟାନ୍ସର ଓ ପେଟ କ୍ୟାନ୍ସର ପାଇଁ ଏହା ଅତ୍ୟନ୍ତ ହିତକର ବୋଲି ଗବେଷଣାରୁ ଜଣା ପଡିଛି l

* ଲିଭର ପାଇଁ ହିତକର – ଆମ ଶରୀରରୁ ଉତ୍ପନ ହେଉଥିବା ଟକ୍ସିନ ଆମର ଲିଭର ପାଇଁ ଅତ୍ୟନ୍ତ କ୍ଷତି କାରକ l ହଳଦୀ ,ଲେମ୍ବୁ ଓ ମହୁ ସେବନ କରିବା ଦ୍ୱାରା ଲିଭର ଟକ୍ସିନର ପ୍ରଭାବରୁ ରକ୍ଷା ପାଇଥାଏ l

* ଗଣ୍ଠି ଯନ୍ତ୍ରଣା ପାଇଁ ହିତକର – ମାଲେସିଆ ରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ହଳଦୀର ବ୍ୟବହାର ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ l ହଳଦୀ ସେବନ ଦ୍ୱାରା ଆମର ମସ୍ତିଷ୍କ ମଧ୍ୟ ଠିକ ରହିଥାଏ କାରଣ ଗବେଷକ ମାନେ କହିଛନ୍ତି ହଳଦୀ ମସ୍ତିଷ୍କକୁ ସୁସ୍ଥ ରଖିବାରେ ଗୋଟିଏ ବଡ଼ ସ୍ଥାନ ଗ୍ରହଣ କରିଥାଏ l

* ହୃତ୍ପିଣ୍ଡ ପାଇଁ ଲାଭ ଦାୟକ -ହଳଦୀ ,ଲେମ୍ବୁ ଓ ମହୁର ସେବନ ଆମର ଶିରାପ୍ରଶିରାରେ ଧମନୀ ଗୁଡିକରେ ଥିବା ବ୍ଳକେଜକୁ ଦୂର କରିଥାଏ l ଏହା ଦ୍ୱାରା ହୃତ୍ପିଣ୍ଡ ସମ୍ବଧୀୟ ସମସ୍ୟା ଦୂର ହୋଇଥାଏ ,ହଳଦୀର ବ୍ୟବହାର ଦ୍ୱାରା ମଣିଷ ମାନଙ୍କର ପ୍ରେୟାତିରୋଧକ କ୍ଷମତା ବଢିଥାଏ l

Show More

Related Articles

Back to top button