ବଲିଉଡମନୋରଞ୍ଜନ

କ୍ୟାଟ୍ରିନାଙ୍କ ପାଇଁ ରାଜସ୍ଥାନରୁ ଆସିବ ସ୍ପେସାଲ୍ ମେହେନ୍ଦୀ

ଦାମ୍‌ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କେଫ୍‌ ଏବଂ ଅଭିନେତା ବିକି କୌଶଲ ଡିସେମ୍ବର ପ୍ରଥମ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ଦୁର୍ଗରେ ବିବାହ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେମାନେ କୋର୍ଟ ମ୍ୟାରେଜ୍‌ କରିବେ ବୋଲି ଜଣାପଡ଼ିଛି। ଏହା ସହ ଅନ୍ୟାନ୍ୟ ସମସ୍ତ ପ୍ରସ୍ତୁତି ମଧ୍ୟ ଚାଲିଛି। ଅତିଥିଙ୍କ ଠାରୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତ ସମସ୍ତ ପ୍ଲାନିଂ ସରିଲାଣି ।

ତେବେ ବଲିଉଡ୍‌ର ଏହି ଚର୍ଚ୍ଚିତ ବିବାହକୁ ଅନେକ ପ୍ରତୀକ୍ଷା କରିଥିବାବେଳେ ଏହାକୁ ନେଇ ବିଭିନ୍ନ ଅପଡେଟ୍‌ ଆସୁଛି। ବିବାହ ପୂର୍ବରୁ ହେବାକୁ ଥିବା ମେହେନ୍ଦୀ କାର୍ଯ୍ୟକ୍ରମ ପାଇଁ କ୍ୟାଟ୍ରିନା ରାଜସ୍ଥାନ ଯୋଧପୁରର ଅଣାଯିବ ଖାସ୍‌ ମେହେନ୍ଦି । ଯାହାକୁ ସେ ତାଙ୍କ ହାତରେ ବିକିଙ୍କ ନାମ ଲେଖିବେ। ମେହେନ୍ଦୀଟି ପ୍ରାୟତଃ ୫୦ ହଜାରରୁ ଲକ୍ଷେ ଟଙ୍କା ଯାଏଁ ଖର୍ଚ୍ଚ ହେବ ବୋଲି ଖବରରୁ ଜଣାପଡିଛି। ମେହେନ୍ଦୀ ନମୁନା ଅଭିନେତ୍ରୀଙ୍କ ପାଖକୁ ପଠାଯାଇଥିବା ଜଣାପଡିଛି। ପ୍ରାକୃତିକ ଉପାୟରେ ମେହେନ୍ଦୀ କୁ ପ୍ରସ୍ତୁତ କରାଯାଉଛି । ବିବାହ ଉତ୍ସବକୁ ଆସିବାକୁ ଥିବା ଅତିଥିଙ୍କ ତାଲିକାକୁ କ୍ୟାଟ୍ରିନା ଓ ବିକି ଗୋପନ ରଖିଛନ୍ତି ।

Show More

Related Articles

Back to top button