ଓଡ଼ିଶାଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରେ କୋଟିଆ ମାମଲା, ଜାନୁଆରୀ ପ୍ରଥମ ସପ୍ତାହରେ ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟରେ ଚାଲିଛି କୋଟିଆ ମାମଲା । ଶୁଣାଣି ବେଳେ ଆନ୍ଧ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାଜନୈତିକ ସମାଧାନ ଉପରେ ଜୋର ଦେଇଛନ୍ତି ସୁପ୍ରିମକୋର୍ଟ ।

ଦୁଇ ରାଜ୍ୟ ଭିତରେ ହୋଇଥିବା ଆଲୋଚନା ଉପରେ ନିଜ ପକ୍ଷ ରଖିବା ପରେ ଆନ୍ଧ୍ର ତରଫରୁ ଆଡଭୋକେଟ୍‌ ନିରଞ୍ଜନ ରେଡ୍ଡି ତର୍କ ରଖିଥିଲେ । ସେ କହିଥିଲେ ଯେ, ରାଜ୍ୟ ରାଜନୈତିକ ଆଲୋଚନା କରୁଛନ୍ତି ତେଣୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଦିଆଯାଇଥିବା କୋର୍ଟ ଅବମାନନା ନୋଟିସକୁ ପ୍ରତ୍ୟାହାର କରାଯାଉ ।

ସୁପ୍ରିମକୋର୍ଟ ସିଧାସଳଖ ଆନ୍ଧ୍ରର ଆଇନଜୀବୀଙ୍କ ଜବାବକୁ ଖାରଜ କରିଥିଲେ । ସୁପ୍ରିମକୋର୍ଟ ଦର୍ଶାଇଥିଲେ ଯେ, କୋର୍ଟ ଅବମାନନା ଏକ ଗୁରୁତର ପ୍ରସଙ୍ଗ ଏହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ । କୋର୍ଟର ଗମ୍ଭୀର ଅବମାନନା ହୋଇଛି । ତେଣୁ ଓଡ଼ିଶା ଦାଖଲ କରିଥିବା କୋର୍ଟ ଅବମାନନା ମାମଲାକୁ ଖାରଜ କରାଯିବନାହିଁ । ଯଦି ଏହାର ରାଜନୈତିକ ସମାଧାନ ବାହାର କରାଯାଏ ତେବେ ଆମେ ଓଡ଼ିଶା ଦ୍ୱାରା ଦାଖଲ ହୋଇଥିବା କୋର୍ଟ ଅବମାନନା ନୋଟିସ୍‌ ଉପରେ ନିର୍ଦ୍ଦେଶ ଦେବୁ । ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Show More

Related Articles

Back to top button