Breaking PLUSଓଡ଼ିଶାମୁଖ୍ୟ ଖବର

ହସ୍ପିଟାଲ ପାଇଁ ସ୍ବାସ୍ଥ୍ୟ ବିଭାଗର ଆସିଲା ଗାଇଡଲାଇନ୍‌

ନିହାତି ଜରୁରୀ ନଥିଲେ ରୋଗୀଙ୍କୁ ଆଡମିସନ୍ ମନା

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ଆୟତ କରିବା ରାଜ୍ୟ ସରକାର ତଥା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟର ହସ୍ପିଟାଲ ଗୁଡିକ ପାଇଁ ନୂଆ ଗାଇଡଲାଇନ୍‌ ଜାରିକରିଛି ସ୍ବାସ୍ଥ୍ୟ ବିଭାଗ । ନୂଆ ଗାଇଡଲାଇନ୍‌ ଅନୁଯାୟୀ, ହସ୍ପିଟାଲଗୁଡିକରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଆଡମିସନ୍ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି । ଏହା ସହିତ OPD ଏବଂ IPDକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

କେବଳ ଗୁରୁତର ରୋଗୀଙ୍କୁ ଚିକିତ୍ସା ତଥା ଆବଶ୍ୟକ ଥିଲେ ଅପରେସନ୍‌ ପାଇଁ ଅନୁମତି ଦିଆଯାଇଛି । ଏହା ସହିତ ହସ୍ପିଟାଲରେ ଆଡମିଟ୍‌ ହେଉଥିବା ଗୁରୁତର ରୋଗୀଙ୍କ ନିକଟରେ କେବଳ ଜଣେ ଆଟେଣ୍ଡାଣ୍ଟକୁ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇପାରିବ । ହସ୍ପିଟାଲରେ କୋଭିଡ୍‌ ଗାଇଡଲାଇନ୍‌ କଡାକଡି ପାଳନ ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି । ୨୪ ଘଣ୍ଟିଆ ଟେଲି ମେଡିସିନ୍‌ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହା ସହିତ DDC କାଉଣ୍ଟର ବଢାଇବା ଏବଂ କାଉଣ୍ଟର ଆଗରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଗାଇଡଲାଇନ୍‌ରେ ଉଲ୍ଲେଖ ରହିଛି ।

Show More

Related Articles

Back to top button