Breaking PLUSଦେଶ ବିଦେଶମୁଖ୍ୟ ଖବର

ପର୍ବପର୍ବାଣି ପାଇଁ SRCଙ୍କ ନିର୍ଦ୍ଦେଶାନାମା , ୬ଟି ପର୍ବ ଉପରେ ଲାଗିଲା କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କଲେ ଏସ୍‌ଆର୍‌ସି । ଆଗକୁ ହେବାକୁ ଥିବା ପର୍ବପର୍ବାଣୀକୁ ନଜରରେ ରଖି କଡ଼ା ନିୟମ ଜାରି କରିଛନ୍ତି ଏସଆର୍‌ସି

ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କଲେ ରାଜ୍ୟ ସରକାର । ଅଧିକ ଜନଗହଳିରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଗତ କିଛି ଦିନ ହେଲା ସଂକ୍ରମଣ ସଂଖ୍ୟା ଉପରମୁହାଁ ରହିଛି ।

୨ ଦିନ ହେଲା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍‌ ହେଉଛି । ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ୬ଟି ପର୍ବ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କରିଛନ୍ତି ରାଜ୍ୟ ସରକାର । ଅଧିକ ଜନଗହଳିରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Back to top button