Breaking PLUSଦେଶ ବିଦେଶମୁଖ୍ୟ ଖବର

ଟ୍ୱିନ୍ ସିଟିରେ ହୋଲି କଟକଣା, ସାମୂହିକ ରଙ୍ଗ ଖେଳ ଉପରେ ରୋକ୍‌

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଲଗାତର ୨ ଦିନ ଧରି ସଂକ୍ରମଣ ସଂଖ୍ୟା ୨ ଶହ ପାର୍‌ ହେଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ୱିନ୍‌ ସିଟିରେ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ

ଟ୍ଵିନ ସିଟିରେ ଲାଗିଛି ହୋଲି କଟକଣା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ଵରରେ ସାମୂହିକ ହୋଲି ଖେଳ ଉପରେ କଟକଣା ଲଗାଯାଇଛି। ଏଥର ହୋଲି ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଦୋଳ ପୂର୍ଣ୍ଣିମାରେ ଅତି କମ୍ ସଂଖ୍ୟକ ଲୋକଙ୍କୁ ନେଇ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରାଯାଇଛି।

ଏହା ସହ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।ସେପଟେ ଆଜି ଭାରତ ବନ୍ଦ ପାଳନକୁ ନେଇ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଟ୍ଵିନ ସିଟିରେ ଚାଷୀ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ କମିଶନରେଟ୍ ପୋଲିସ ପ୍ରସ୍ତୁତ ରହିଛି। ପ୍ରତ୍ୟେକ ସରକାରୀ ଅଫିସରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏହା ସହ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଅପିଲ କଲେ ପୋଲିସ କମଶନର।

Show More

Related Articles

Back to top button