ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପୂଜା ପାଇଁ ବଜାରରେ ଜମୁଛି ଭିଡ, ଲୋକଙ୍କ ମୁହଁରେ ନାହିଁ ମାସ୍କ

କାଲିଠୁ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ

ଅକ୍ଟୋବର ମାସ ପହିଲାରୁ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏଥିପ୍ରତି କାହାର ନଜର ନାହିଁ। ପୂଜା ପାଇଁ ଏବେ ସମସ୍ତେ ବ୍ୟସ୍ତ। ଯେଉଁଥିପାଇଁ ବଜାରରେ ପ୍ରବଳ ଭିଡ। ଲୋକଙ୍କ ଭିଡକୁ ଦେଖିଲା ଲାଗୁଛି କରୋନାକୁ ଆଉ କେହି ଖାତିର ଯେମିତି କରୁନାହାନ୍ତି । ଏପଟେ କାଲି ଠାରୁ ଟୁଇନସିଟିରେ ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ଏଥିପାଇଁ ପୋଲିସ ପ୍ରାଶସନ ସଜାଗ ହେଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ସର୍ତକ କରାଇଦେଇଛି। ଟିକେ ଅବହେଳା ପୁଣି ବଡ ବିପଦ ଆଣିପାରେ। ପୂଜା ପାଇଁ ବଜାରରେ ଭିଡ ବଢ଼ୁଛି। ଅନେକଙ୍କ ମୁହଁରେ ମାସ୍କ ନାହିଁ । କେଉଁ ଦୋକାନରେ କୋଭିଡ ଗାଇଡ ଲାଇନ ଠିକ୍‌ରେ ପାଳନ ହେଉନି। ଯିଏ ଯେମିତି ପାରିଲା ବୁଲିଲା, ଗହଳି କଲା । କରୋନାକୁ ସତେ ଯେମିତି ଆଉ କାହାର ଖାତିର ନାହିଁ । ଆଉ ଏହା ହିଁ ଆଗକୁ ମାରତ୍ମାକ ସାବ୍ୟସ୍ତ ହେବ । କାରଣ ପୁଣି ବଢିଲାଣି କରୋନା । ଅକ୍ଟୋବର ୧ ତାରିଖରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୭ ଥିବାବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୬୫୨ ଛୁଇଁଛି । ଏହି ଦଶ ଦିନରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୨ଶହ ବଢ଼ିଲାଣି । ଆଉ ୫ତାରିଖରୁ କରୋନା ସଂଖ୍ୟା କମିବା ପରିବର୍ତ୍ତେ ଉପର ତଳ ହେବାରେ ଲାଗିଛି ।

୫ ତାରିଖରେ ୪୫୩, ୬ ରେ ୫୯୩, ୭ ରେ ୫୮୨, ୮ ରେ ୫୨୪, ୯ ରେ ୫୨୬ ଥିଲା ଏହି ସଂଖ୍ୟା । ଏପଟେ ଆସନ୍ତା କାଲି ଠାରୁ ଟୁଇନ୍ ସିଟିରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ କୋଭିଡ ଗାଇଡ ଲାଇନ କିଭଳି ଲୋକେ ପାଳନ କରିବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ସହ ମୁତୟନ ହେବେ ଶହେ ବରିଷ୍ଠ ଅଧିକାରୀ। କୋଭିଡ ଗାଇଡ ଲାଇନ ମାନି ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ କହିଛି ଏହି ତିନି ମାସ ନିର୍ଣ୍ଣାୟକ। ବର୍ତ୍ତମାନ ଭାଇରସ କୁଆଡେ ଯାଇନି। ଏହି ତିନି ମାସରେ ପାର୍ବଣ ଋତୁ ହେଇଥିବାରୁ ଏହି ସମୟରେ ଏକାଠି ନହେବା ଗହଳି ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାରଯାଇଛି। ସବୁ ପର୍ବ ପର୍ବାଣୀ ଘର ଭିତରେ ରହି ପାଳନ କରିବା ଜରୁରୀ । ଅନାବଶ୍ୟକ ଭାବେ ବାହାରକୁ ଯାଆନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାର୍ମଶ ଦେଇଛି । କରୋନାର ଦ୍ବିତୀୟ ଲହରରେ ଏବେ ସୁଦ୍ଧା ୧୦ଲକ୍ଷ ୩୧ହଜାର୬୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ୮୨୪୯ ଜଣଙ୍କ ମୃତ୍ୟୁ ହୋଇଛି । ତଥାପି ଲୋକଙ୍କ ଭିତରେ ସଚେତନତା ନାହିଁ। ଯାହା ଆଗକୁ ଭୟଙ୍କର ବିପଦ ଆଣିଦେବାର ସମ୍ଭାବନା ରହିଛି ।

Show More

Related Articles

Back to top button