ସ୍ୱାସ୍ଥ୍ୟ

ମଧୁମେହ ପାଇଁ ରାମବାଣ ହେଉଛି ବୁଟ

ଆସନ୍ତୁ ଜାଣିବା ଗୋଟିଏ ମୁଠା ବୁଟର ଫାଇଦା-

ଯଦି ଆପଣ ସକାଳ ଜଳଖିଆରେ ସ୍ୱାସ୍ଥ୍ୟକର ଓ ପୋଷଣ ଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ପୁରା ଦିନଟି ଶକ୍ତି ବର୍ଧକ ରହିବ l ସେଥିପାଇଁ ଆପଣ ବତୁରା ହୋଇଥିବା କଞ୍ଚା ଚଣା ଯଦି ଖାଇବେ ତେବେ ଆପଣଙ୍କୁ ଶକ୍ତି ମିଳିବ ସହିତ ଫୁର୍ତି ମଧ୍ୟ ଲାଗିବ l ଆପଣ ପ୍ରତେକ ଦିନ ଗୋଟିଏ ମୁଠା କଳା ଚଣାକୁ ପାଣିରେ ବତୁରାଈ ଦିଅନ୍ତୁ l ବତୁରି ଯିବା ପରେ ସକାଳୁ ଏହାକୁ ଖାଇବା ଦ୍ୱାରା ଶରୀର ସହିତ ଯୋଡି ହୋଇଥିବା ଅନେକ ରୋଗରୁ ରକ୍ଷା ପାଇବେ l

ବତୁରା ଚଣାରେ କାର୍ବୋ ହାଇଡ୍ରେଡ଼ ,ପ୍ରୋଟିନ ,ଫ୍ୟାଟ ,ଫାଇବର ,କ୍ୟାଲସିୟମ ,ଆଇରନ ଓ ଭିଟାମିନର ସ୍ରୋତ ରହିଛି l ସକାଳୁ ଖାଲି ପେଟରେ ବତୁରା ହୋଇଥିବା ଚଣା ଖାଇବା ଦ୍ୱାରା ମସ୍ତିସ୍କ ଗତିଶୀଳ ଓ ରକ୍ତ ସଫା ହୋଇଥାଏ ,ତା ସାହିତ ତ୍ୱଚାରେ ମଧ୍ୟ ଚମକ ଆସିଥାଏ l

ରକ୍ତହୀନତା ଦୂର କରେ -ଯଦି ଆପଣ ରକ୍ତ ହୀନତାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ନିଜ ସକାଳ ଜଳଖିଆରେ କଳା ଚଣା ସାମିଲ କରନ୍ତୁ l ବତୁରା ଯାଇଥିବା ଚଣାକୁ ଖାଇବା ଦ୍ୱାରା ଆମ ଶରୀରକୁ ଆଇରନ ମିଳିଥାଏ l

ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରେ -ସକାଳୁ ବତୁରା ଯାଇଥିବା ଚଣା ଖାଇଲେ ଦୁର୍ବଳ ଇମ୍ୟୁନିଟି ମଝବୁତ ହୋଇଥାଏ l ଶରୀରକୁ ଅଧିକ ପୋଷଣ ମିଳେ ଚଣା ଖାଇବା ଦ୍ୱାରା l ତେଣୁ ଗୋଟିଏ ମୁଠା ଚଣା ପ୍ରତେକ ଦିନ ଖାନ୍ତୁ l

ମଧୁମେହରୁ ଆରାମ ଦିଏ -ସକାଳୁ ଖାଲି ପେଟରେ କଳା ଚଣା ଖାଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣ ହେବା ସହିତ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ହୋଇଥାଏ l ରକ୍ତ ଶର୍କରା ପାଇଁ କଳା ଚଣା ରାମବାଣ ଅଟେ l

କ୍ୟାନ୍ସର ପ୍ରତିରୋଧକ -ସକାଳୁ ଖାଲି ପେଟରେ ବତୁରା ଚଣା ଖାଇବା ଦ୍ୱାରା କର୍କଟ ରୋଗର ବିପଦ ଦୁରେଇ ଯାଇଥାଏ l କାରଣ ଚଣାରେ ବିଯୁଟିରେଟ ନାମକ ଫ୍ୟାଟି ଏସିଡ ମିଳିଥାଏ ,ଯାହା କ୍ୟାନ୍ସରକୁ ଜନ୍ମ ଦେଉଥିବା କୋଷିକା ଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button