ବାଣିଜ୍ୟ

ଲଗାତାର ୫ ମାସ ଧରି ରେକର୍ଡ, ୧.୩୦ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ GST ଆଦାୟ

ଦରଦାମ ବୃଦ୍ଧିକୁ ନେଇ ଲଗାତାର ଭାବେ ସମାଲୋଚିତ ହେଉଥିବା କେନ୍ଦ୍ର ସରକାରଙ୍କ ପାଇଁ ଆଶ୍ବସ୍ତୀକର ଖବର । ୨୦୨୨ ଫେବୃଆରୀ ମାସରେ ଜିଏସ୍‌ଟି ଆଦାୟ ଅଧିକ ରହିଛି । ଗତ ମାସରେ ମୋଟ ୧ ଲକ୍ଷ ୩୩ ହଜାର ୨୬ କୋଟି ଟଙ୍କା ଦ୍ରବ୍ୟ ଏବଂ ସେବା କର ଆଦାୟ ହୋଇଛି ।

୨୦୨୧ ଫେବୃଆରୀ ମାସ ତୁଳନାରେ ଚଳିତ ବର୍ଷ ପ୍ରାୟ ୧୮ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି । ସେହିଭଳି ଫେବୃଆରୀ ୨୦୨୨ ତୁଳନାରେ ୨୬ ପ୍ରତିଶତ ବଢିଛି । ଲଗାତାର ୫ ମାସ ହେଲା ଦେଶରେ ଦ୍ରବ୍ୟ ଏବଂ ସେବା କର ୧.୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଫେବୃଆରୀ ମାସରେ ସିଜିଏସ୍‌ଟି(CGST) ଆଦାୟ ମୋଟ ୨୪ ହଜାର ୪୩୫ କୋଟି ଟଙ୍କା ହୋଇଥିବା ବେଳେ, ଏସ୍‌ଜିଏସ୍‌ଟି(SGST) ଆଦାୟ ହୋଇଛିୁ ୩୦ ହଜାର ୭୭୯ କୋଟି ଟଙ୍କା । ସେହିଭଳି ଆଇଜିଏସ୍‌ଟି (IGST) ଆଦାୟ ୬୭ ହଜାର ୪୭୧ କୋଟି ଟଙ୍କାର ହୋଇଥିବା ବେଳେ ସେସ୍‌ ଆଦାୟକ ୧୦ ହଜାର ୩୪୦ କୋଟି ଟଙ୍କା ହୋଇଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଜିଏସ୍‌ଟି ଇତିହାସରେ ଏହା ତୃତୀୟ ସର୍ବବୃହତ ଆଦାୟ ରାଶି । ଏହା ପୂର୍ବରୁ ଜାନୁଆରୀ ମାସରେ ଦେଶରେ ୧ ଲକ୍ଷ ୪୦ ହଜାର ୯୮୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ।

ଏହା ପୂର୍ବରୁ ୨୦୨୧ ଏପ୍ରିଲରେ GST ଆଦାୟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ରହିଥିଲା । କରୋନା ମହାମାରୀ ସହିତ ଦେଶ ଏବେବି ଜୁଛୁଛି । ତଥାପି ଜିଏସ୍‌ଟି ଆଦାୟ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତ ଜାନୁଆରୀ ମାସରେ କିଛି ରାଜ୍ୟରେ କରୋନା ମହାମାରୀ ପିକ୍‌ରେ ଥିଲା । ଅନେକ ରାଜ୍ୟରେ କୋଭିଡ୍ ପ୍ରତିବନ୍ଧକ ଲାଗିଥିଲା । ତେଣୁ ଆଦାୟ ହୋଇଥିବା କରରୁ ଜଣାପଡୁଛି ଯେ, ତୃତୀୟ ଲହର ଭାରତରେ ସେତେଟା ପ୍ରଭାବ ପକାଇନଥିଲା । ଜିଡିପି ଅଭିବୃଦ୍ଧି ମଧ୍ୟ ତୃତୀୟ ତ୍ରୈମାସିକରେ ଆଶାତିତ (୫.୪%) ରହିଥିଲା । ଯାହାକି ଦ୍ବିତୀୟ ତ୍ରୈମାସିକ ତୁଳନାରେ ୩ ପ୍ରତିଶତ କମ୍‌ ଥିଲା ।

Show More

Related Articles

Back to top button