Breaking PLUSମୁଖ୍ୟ ଖବର

ଅତି ସୁଲଭ ମୁଲ୍ୟରେ କିଣନ୍ତୁ ଏହି ମିନି ଫ୍ରିଜ୍

 ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ଅସହ୍ୟ ଗରମ ହେଲାଣି।

ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ଅସହ୍ୟ ଗରମ ହେଲାଣି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରିବାକୁ ଡରିଲେଣି। ପ୍ରଚଣ୍ଡ ତାପ ଏବଂ ଗୁଳୁଗୁଳି ପାଇଁ ଲୋକ ଏକଦମ୍‌ ବ୍ୟତିଗ୍ରସ୍ତ ହୋଇପଡୁଛନ୍ତି। ଗରମ ପୂର୍ବରୁ ଇ-କମର୍ସ ୱେବସାଇଟରେ ଫ୍ରିଜ ଉପରେ ଧମାକେଦାର ଡିସକାଉଣ୍ଟ ଦିଆଯାଉଛି। ଗରମ ପାଇଁ ଏସି, କୁଲର ଏବଂ ଫ୍ରିଜକୁ ବର୍ତ୍ତମାନ ସୁଲଭ ମୁଲ୍ୟରେ କିଣିପାରିବେ । ମାର୍କେଟରେ ଡବଲ ଡୋର ଠାରୁ ପୋର୍ଟେବଲ ଫ୍ରିଜ୍‌ ମଧ୍ୟ ମହଜୁଦ ରହିଛି। ଯଦି ଆପଣ ସିଙ୍ଗଲ ରହୁଛନ୍ତି ବା ଏକା ରହୁଛନ୍ତି ତାହେଲେ ପୋର୍ଟେବଲ ଫ୍ରିଜ୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ରହିବ । ଆଜି ଆମେ ଆପଣଙ୍କୁ ମିନି ଫ୍ରିଜ ବିଷୟରେ କହିବାକୁ ଯାଉଛୁ, ଯାହା ଏକ ମିନିଟରେ ବରଫ ଜମା କରିପାରେ ।

ଏହାକୁ ଆପଣ କୌଣସି ଟ୍ରିପରେ ନେଇପାରିବେ ଏବଂ କାରରେ ମଧ୍ୟ ନେଇପାରିବେ । କିମ୍ବା ଅଫିସରେ ମଧ୍ୟ ରଖିପାରିବେ। ଏହି ଛୋଟ ସାଇଜର ଫ୍ରିଜ ଆପଣଙ୍କ ବଡ ବଡ କାମ ମଧ୍ୟ କରିପାରିବ। ଆକାରରେ ଛୋଟ ହୋଇଥିବା ଏହି ଡିଭାଇସ ନା କେବଳ ରେଫ୍ରିଜରେଟରର କାମ କରିବ ବରଂ ଏହାକୁ ଆପଣ ଓ୍ଵାର୍ମର ଭଳି ମଧ୍ୟ ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କୁ କୋଲ୍ଡ ଏବଂ ହଟ୍‌ ଉଭୟ ଅପସନ୍‌ ମିଳିପାରିବ । ଅର୍ଥାତ୍‌ ଯେତେବେଳେ ଥଣ୍ଡା କରିବାକୁ ହେବ ସେତେବେଳେ ଏହାର ଅପ୍ସନ ବାଛନ୍ତୁ ଏବଂ ଯେତେବେଳେ ପାଣିକୁ ଗରମ କରିବାର ଥିବ ତାର ଅପସନକୁ ଚୟନ କରନ୍ତୁ।

 

Show More

Related Articles

Back to top button