ଓଡ଼ିଶାମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା ପାଇଁ ଚାଷୀମାନଙ୍କୁ ସତର୍କ ସୂଚନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

୩ ଡିସେମ୍ବରରେ ପ୍ରବଳ ବର୍ଷା

ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରି ସକ୍ରିୟ ହେଉଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଡିପ୍ରେସନର ରୂପ ନେବ। ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ । ୩ ଡିସେମ୍ବରରେ ପ୍ରବଳ ବର୍ଷା। ପୁରୀ, ଗଜପତି, ଜଗତସିଂହପୁର ଓ ଗଞ୍ଜାମ ଏହି ୪ ଟି ଜ଼ିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଜ଼ିଲ୍ଲାକୁ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଚାଷୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ନାଳୀକାଟି କ୍ଷେତରୁ ଜଳ ନିଷ୍କାସନ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ୨ ତାରିଖ ସୁଦ୍ଧା ପାଚିଲା ଫସଲ ଘରକୁ ନେବା ପାଇଁ କୁହାଯାଇଛି । ଗୃହ ପାଳିତ ପଶୁଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ । ଜଳବନ୍ଦୀ ସମସ୍ୟା ଉପୁଜିପାରେ । କଚାରାସ୍ତା ମାଟି ଘର କାନ୍ଥ ପଡ଼ିବା ନେଇ ସତର୍କ କରାଯାଇଛି ।

rain

ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ୫୦ରୁ ୬୦ କିମି ବେଗରେ ପବନ ବୋହିବ । ୨ ତାରିଖରୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଝଟକା ପବନ ୯୦, ୧୦୦ ଓ ୧୧୦ କିମି ଯାଏଁ ବହିବାର ସମ୍ଭାବନା ରହୁଛି । ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ । ଉପକୂଳ ଅଞ୍ଚଳରେ ୩ ଡିସେମ୍ବରରୁ ପ୍ରଭାବ ପଡ଼ିବ । ବାତ୍ୟା ସୃଷ୍ଟି ହୋଇନି ତେଣୁ ଏହାର ନାମକରଣ ହୋଇନି ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବାକୁ କୁହାଯାଇଛି । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶକ ମାନଙ୍କୁ ଅବଗତ କରାଯାଇଛି । ୨ ଶହଟି ଫାୟାର ଟିମକୁ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଉପକୂଳ ସହିତ ନୟାଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ଆଲର୍ଟ ରହିବାକୁ ଏହି ବୈଠକରେ କୁହାଯାଇଛି ।

Show More

Related Articles

Back to top button