ଓଡ଼ିଶାମୁଖ୍ୟ ଖବର

ତୃତୀୟ ଲହର ସମ୍ଭାବ୍ୟ ମୁକାବିଲା ପାଇଁ ଏସିଏସ୍‌ ଲେଖିଲେ ଚିଠି

ଗଠନ ହେବ ଟାସ୍କଫୋର୍ସ

କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାର ସମ୍ଭାବ୍ୟ ମୁକାବିଲା ପାଇଁ ଏସିଏସ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ତୃତୀୟ ଲହରରେ ୦ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଅଧିକ ମାରାତ୍ମ ହୋଇପାରେ ବୋଲି ଏସିଏସ୍‌ କହିଛନ୍ତି । ଏହାଛଡ଼ା ଏହି ଲହରରେ ଅଧିକ ଲୋକ ସଂକ୍ରମିତ ହୋବା ସହ ଅଧିକ ବିପଦ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ସମସ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଏସିଏସ । ସ୍ଥିତି ତଦାରଖ ପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ରହିଛି ।

ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯିବନ । ଟାସ୍କଫୋର୍ସରେ ସିଡିଏମଓ, ପିଏଚଓ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରହିବେ । ଏହାଛଡ଼ା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ, ଜଣେ ଆନାସ୍ଥେସିଆ ବିଶେଷଜ୍ଞ ମଧ୍ୟ ଟାସ୍କଫୋର୍ସରେ ସାମିଲ ହେବେ । ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କର ତାଲିକା ପ୍ରସ୍ତୁତ ହେବା ସହିତ ସେମାନଙ୍କର ସ୍ୱାବ୍ ସଂଗ୍ରହ ହେବ । କରୋନା ଟେଷ୍ଟ ପାଇଁ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯିବ । ସଂକ୍ରମିତ ଶିଶୁଙ୍କ ପାଇଁ ୫୦% ଆଇସିୟୁ ବେଡ୍ ସୁରକ୍ଷିତ ରହିବ । ପରିଚାଳନା ନେଇ ଟାସ୍କଫୋର୍ସରେ ନିୟମିତ ବୈଠକ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

Show More

Related Articles

Back to top button