ଅପହରଣ ୫ ଦିନ ପରେ ଘରକୁ ଫେରିଲେ ଅପହୃତ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ
ଅପହରଣ ୫ ଦିନ ପରେ ରହସ୍ୟଜନକ ଭାବେ ଘରକୁ ଫେରିଲେ ଅପହୃତ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସିଭିନଲ୍ ଟାଉନସ୍ଥିତ ଘରେ ପହଞ୍ଚିଲେ ପ୍ରଦୀପ କୁଣ୍ଡୁ । ଏନେଇ ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୧୪୩ ନମ୍ବର ଜାତୀୟ ରାଜପଥରୁ ଗତ ୭ ତାରିଖ ରାତି ସାଢ଼େ ୭ଟାରେ କୁଆରମୁଣ୍ଡା ସ୍ଥିତ ବିଜାବାହାଲରେ ଥିବା ଷ୍ଟୋନ କ୍ରସର ମାଲିକ ତଥା ଶିଳ୍ପପତି ଶ୍ରୀକୁଣ୍ଡୁଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ଅପହରଣର ଗୋଟିଏ ଦିନ ପରେ ଅର୍ଥାତ୍ ୮ ତାରିଖ ମଧ୍ୟାହ୍ଣରେ ଅପହର୍ତ୍ତାମାନେ ଶ୍ରୀକୁଣ୍ଡୁଙ୍କ ପତ୍ନୀଙ୍କୁ ଫୋନ କରି କୋଟିଏ ଟଙ୍କା ଦେବାକୁ ଦାବି କରିଥିଲେ । ପରେ ପୁଲିସ୍ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଏସ୍ପି ସାଗରିକା ନାଥ ଏହି ଅପହରଣ ମାମଲାକୁ ଗୁରୁତ୍ୱର ସହ ନେଇ ଶିଳ୍ପପତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଉଦ୍ୟମ ଚଳାଇଥିଲେ । ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ୬ଟି ଟିମ୍ ମଧ୍ୟ ରାତିଦିନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ । ମାତ୍ର ୮ ତାରିଖ ପର ଠାରୁ ଆଉ ଅପହର୍ତ୍ତାଙ୍କ ଆଉ କୌଣସି ଫୋନ କଲ ଆସିନଥିଲା । କିନ୍ତୁ ସେ ଗତକାଲି ଅର୍ଥାତ (୧୧ ତାରିଖ) ବିଳମ୍ବିତ ରାତିରେ ରାଉରକେଲା ସିଭିନଲ୍ ଟାଉନସ୍ଥିତ ଘରେ ପହଞ୍ଚିଲେ ପ୍ରଦୀପ କୁଣ୍ଡୁ । ଏନେଇ ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଅପହରଣ ହୋଇଥିଲେ, ସେନେଇ ବର୍ତ୍ତମାନ ତନାଘନା ଚାଲିଛି ।