Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପୁଣି ବଢିଲା କରୋନା ମିଟର୍, ୨୪ଘଣ୍ଟା ମଧ୍ୟରେ ୪୭,୯୦୫ ଜଣ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ

ଦେଶରେ ଆଜି‌ ପୁଣି ଥରେ ବଢିଛି କରୋନା ମିଟର । କିଛି ଦିନ ଧରି ଦୈନିକ ସଂକ୍ରମଣ କମିଥିବା ବେଳେ ଏବେ ଏହି ସଂଖ୍ୟା ବଢିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୪୭,୯୦୫ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛି । ସେପଟେ ଦେଶରେ କରୋନା ସଂକ୍ରମଣମୁକ୍ତ ହୋଇଥିୂବା ଲୋକଙ୍କ ସଂଖ୍ୟା ୮୦ଲକ୍ଷ ପହଞ୍ଚିଛି । ସେହିପରି ଦେଶରେ କୋଭିଡ଼-୧୯ର ଆକ୍ଟିଭ୍‌ କେସ୍‌ ପାଞ୍ଚ ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୪୭,୯୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୫୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮୬,୮୩,୯୧୭ରେ ପହଞ୍ଚିଛି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୬୬,୫୦୨ରେ ପହଞ୍ଚିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଆକ୍ଟିଭ୍‌ କେସ୍ ୪,୮୯,୨୯୪ ରହିଛି । ସେହିପରି ଏବେ ଯାଏଁ ଦେଶରେ ମୋଟ କରୋନାରେ ୧,୨୮,୧୨୧ଜଣଙ୍କ ମୃତ୍ୟୁ ହୋଇସାରିଛି ।

Show More

Related Articles

Back to top button