Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆମାଜନର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ଜଣେ ଗିରଫ

‘ଆାମାଜନ୍‌’ରେ ବରିଷ୍ଠ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଥିବା ୩୬ ବର୍ଷିୟ ହରପ୍ରୀତ୍‌ ଗିଲ୍‌ଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ବୁଧବାର ରାତିରେ କରିଥିବା କଥା ପୋଲିସ ଗିରଫ କହିଛି । ରାତି ପ୍ରାୟ ୨ଟା ବେଳେ ସିଗ୍ନେଚର୍‌ ବ୍ରିଜ୍‌ ନିକଟରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୮ ବର୍ଷିୟ ବିଲାଲ୍‌ ଗନି।

ଭଜନପୁରର ସୁଭାଷ ବିହାରରେ ମଙ୍ଗଳବାର ରାତି ପ୍ରାୟ ୧୧.୩୦ରେ ୫ଜଣ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ଗିଲ୍‌ ନିହତ ହୋଇଥିଲେ। ଏହାଛଡ଼ା, ଗିଲ୍‌ଙ୍କ ସାଥିରେ ଥିବା ଗୋବିନ୍ଦ ସିଂହ ନାମରେ ତାଙ୍କର ଜଣେ ୩୨ ବର୍ଷିୟ ଆତ୍ମୀୟଙ୍କ ଉପରକୁ ମଧ୍ୟ ସେମାନେ ଗୁଳି ଚଳାଇଥିଲେ।

ଚିହ୍ନଟ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ୧୮ ବର୍ଷିୟ ମହମଦ୍‌ ସମୀର ଓରଫ ମାୟା, ୨୩ ବର୍ଷିୟ ସୋହୈଲ୍‌ ବାୱର୍ଚି, ୨୩ ବର୍ଷିୟ ମହମଦ୍‌ ଜୁନୈଦ୍‌ ଓରଫ ବିରିୟାନି ଏବଂ ୧୯ ବର୍ଷିୟ ଆଦ୍‌ନା୍‌ ଓରଫ ଡନ୍‌।

Show More

Related Articles

Back to top button