ଦେଶସ୍ୱତନ୍ତ୍ର

ଉଡନ୍ତା ଇଣ୍ଡିଗୋ ଏୟାରଲାଇନ୍ସର 6E-2131 ବିମାନରେ ଅଗ୍ନିକାଣ୍ଡ

ଉଡନ୍ତା ଇଣ୍ଡିଗୋ ଏୟାରଲାଇନ୍ସର 6E-2131 ବିମାନରେ ଅଗ୍ନିକାଣ୍ଡ । ଶୁକ୍ରବାର ରାତିରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର 6E-2131 ବିମାନରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ,ବିମାନର ଡେଣା ହଠାତ୍ ଜଳି ଉଠିଥିଲା, ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ଘୋଷଣା କରାଯାଇଥିଲା । ଦିଲ୍ଲୀରେ ୫ରୁ ୭ ସେକେଣ୍ଡ ମଧ୍ୟରେ ଅବତରଣ କରିଥିଲା ବିମାନଟି।

ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ ବିମାନ ଟେକ-ଅଫ ରୋକାଯାଇଛି। ବିମାନଟି ନିରାପଦରେ ଫେରିଛି। ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ଯାତ୍ରୀଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି।

ଇଣ୍ଡିଗୋ ଫ୍ଲାଇଟ 6E-2131ର ବିମାନଟି ବେଙ୍ଗାଲୁର ଅଭିମୁଖେ ଉଡ଼ାଣ ଭରିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣେ ଯାତ୍ରୀ ଦେଖିଥିଲେ। ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା। ଉକ୍ତ ବିମାନରେ ୧୮୪ ଜଣ ଯାତ୍ରୀ ରହିଥିଲେ। ଏକ ବଡ଼ ଅଘଟଣ ପୂର୍ବରୁ ବର୍ତ୍ତି ଯାଇଛି ସମସ୍ତଙ୍କ ଜୀବନ। ସେପଟେ ସୋସିଆଲ ମିଡ଼ିଆରେ ଜଣେ ଯାତ୍ରୀ ବିମାନର ଭିଡିଓ ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

Show More

Related Articles

Back to top button