ଜୀବନଚର୍ଯ୍ୟା

ଆର୍ଥିକ ଅସୁବିଧାରେ ଏହି ସବୁ ବାସ୍ତୁ ଉପାୟକୁ ଆପଣାଇବା ଦ୍ୱାରା ମିଳିଥାଏ ଲାଭ

ଆପଣଙ୍କ ସହିତ ଲଗାତାର ଭାବରେ ଏପରି କିଛି ଘଟିଥାଏ ଯେପରି ହାତକୁ ପଇସା ଆସିଥିଲେ ମଧ୍ୟ ପାଖରେ ରହି ନଥାଏ l କିମ୍ବା ପ୍ରାୟ ଅଧିକାଂଶ ଦିନ ଆପଣ ନିଜ ଚାକିରୀ ଓ ବ୍ୟବସାୟରେ ସଫଳତା ପାଇ ପାରିନଥାନ୍ତି ଅଥବା ଆପଣଙ୍କ ଘରେ କେହିବି ଜଣେ ରୋଗଗ୍ରସ୍ତ ହୋଇ କଷ୍ଟ ପାଇଥାନ୍ତି l ଏପରି ସ୍ଥଳେ ଏହି ଆର୍ଥିକ ଅସୁବିଧା ପାଇଁ ବାସ୍ତୁଦୋଷ ମୁଖ୍ୟ କାରଣ ମଧ୍ୟ ହୋଇପାରେ

* ସକାଳୁ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ l ଏହାପରେ ପୂଜା କରିବାକୁ ବସାନ୍ତୁ ,ପୂଜା ସରିଯିବା ପରେ ଘରର ମୁଖ୍ୟ ଦ୍ୱାରରେ ପ୍ରତେକ ଦିନ ସ୍ୱସ୍ତିକ ଚିହ୍ନ ଅଙ୍କନ କରି ଏହାକୁ ଅକ୍ଷତ ଓ ଜଳ ଅର୍ପଣ କରନ୍ତୁ l ଆପଣ ଏହି ସ୍ୱସ୍ତିକ ଚିହ୍ନକୁ ପ୍ରତେକ ଦିନ ଚନ୍ଦନରେ ପ୍ରସ୍ତୁତ କରିବେ l ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘର ଆଡକୁ ଆକୃଷ୍ଟ ହୋଇ ସକାରାତ୍ମକ ଶକ୍ତି ପ୍ରଦାନ କରିବେ l

* ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କୌଣସି ବାସ୍ତୁଦୋଷ ରହିଛି କିମ୍ବା ଆପଣଙ୍କ କାମରେ ଲଗାତାର ଅସୁବିଧା ବଢୁଛି ତେବେ ଆପଣ ଘରର ମୁଖ୍ୟ ଦ୍ଵାରର ଡାହାଣ ପାଖରେ ତୁଳସୀ ଗଛ ଲଗାନ୍ତୁ ଓ ବାମ ପାଖରେ କଦଳୀ ଗଛ ଲଗାନ୍ତୁ l

* ଅଧିକାଂଶ ସମୟ ଏପରି ହୋଇଥାଏ ଆମେ ମାନେ ଘର ତିଆରି କରିବା ଇଛାରେ ଜାଗା କିଣି ମଧ୍ୟ ତିଆରିକରି ପାରି ନଥାଉ l ଏହା କୌଣସି ନ କୌଣସି ସଂଯୋଗ କାରଣରୁ ଅଟକି ଯାଇଥାଏ l ତାପରେ ଆମେ ଗୋଟିଏ ଫ୍ଲାଟ କିଣି ସେଥିରେ ରହିଥାଉ l ଏପରି ସ୍ଥଳେ ଆପଣ ନିଜ ଫ୍ଲାଟରେ ଗୋଟିଏ ଡାଳିମ୍ବ ଗଛ ଲଗାଇ ଆପଣଙ୍କ ଇଛାକୁ ପୁରଣ କରି ପାରିବେ l

* ଯଦି କୌଣସି ପ୍ରକାରର ବାସ୍ତୁଦୋଷରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଘରର ଛାତ ଉପରେ ଗୋଟିଏ ବଡ଼ ଗୋଲାକାର ଆଇନା ଲଗାଇ ଦିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କୁ ବାସ୍ତୁଦୋଷ ନିରାକରଣରୁ ରକ୍ଷା ମିଳିବ l ଦର୍ପଣ ଏପରି ଭାବରେ ଲାଗାଇବେ ଯେପରି ସମ୍ପୂର୍ଣ୍ଣ ଘର ଦର୍ପଣରେ ଦେଖା ଯାଉଥିବ l

* ଘରର ରୋଷେଇ ଘର ସବୁଠୁ ମହତ୍ଵପୂର୍ଣ୍ଣ ସ୍ଥାନ ଅଟେ l ଯଦି ରୋଷେଇ ଘରେ କୌଣସି ବାସ୍ତୁଦୋଷ ରହିଥାଏ ତାର ସିଧା ପ୍ରଭାବ ଘର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ l ତେଣୁ ରୋଷେଇ ଘରର ଅଗ୍ନି କୋଣରେ ଅର୍ଥାତ ଦକ୍ଷିଣ ପୂର୍ବ ଦିଗରେ ଗୋସା ବଲ୍ବ ଲଗାନ୍ତୁ ଏହାଦ୍ୱାରା ଆପଣଙ୍କ ରୋଷେଇ ଘରର ବାସ୍ତୁଦୋଷ ଦୁରେଇ ଯିବ l

Show More

Related Articles

Back to top button