ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ ୨ ମୃତ, ୨ ଗୁରୁତର
ଜାତୀୟ ରାଜପଥ ୨୬ ଦେଓଗାଁ ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଶୁକ୍ରବାର ଭୋର ୪ ଟା ସମୟରେ ଏକ ନିମ୍ବ ଗଛକୁ ଏକ ଇନୋଭା କାର୍ ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ଜାତୀୟ ରାଜପଥ ୨୬ ଦେଓଗାଁ ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଶୁକ୍ରବାର ଭୋର ୪ ଟା ସମୟରେ ଏକ ନିମ୍ବ ଗଛକୁ ଏକ ଇନୋଭା କାର୍ ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଷ୍ଟେଟବ୍ୟାଙ୍କ ଶାଖାର ମ୍ୟାନେଜର ରାକେଶ ହେମ୍ରମ ଇନୋଭା ଗାଡ଼ି (ଓଡ଼ି ୦୨ କ୍ୟୁ ୨୦୭୯) ରେ ତାଙ୍କର କିଛି ସହଯୋଗୀ ଙ୍କ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଶ୍ରୀ ହେମ୍ରମଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡ୍ରାଇଭର ଭୀମ ହରିଜନ ଓ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମୃତ ଦୁଇ ଜଣଙ୍କ ଶବକୁ ଜବତ କରିଛି ଦେଓଗାଁ ପୁଲିସ।ସମସ୍ତ ଆହତମାନଙ୍କୁ ଦେଓଗାଁ ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରିବାର ଲୋକେ ଆସିଲେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।