ସ୍ୱାସ୍ଥ୍ୟ

ଉପବାସ ସମୟରେ ବି ବଢ଼ାନ୍ତୁ ନିଜର ଏମ୍ୟୁନିଟି, ସେବନ କରନ୍ତୁ ଏହିସବୁ ଖାଦ୍ୟ

ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଦୁର୍ଗାପୂଜା ଉତ୍ସବ ନିରାଡ଼ମ୍ବର ଭାବରେ ପାଳନ କରାଯାଉଛି l ଏହି ସମୟରେ ଯେଉଁ ଶ୍ରଦ୍ଧାଳୁ ମାନେ ଉପବାସ ଓ ବ୍ରତ ରଖୁଛନ୍ତି ସେମାନଙ୍କୁ ନିଜର ଇମ୍ୟୁନିଟି ସିଷ୍ଟମକୁ ମଝବୁତ କରିବା ପାଇଁ ନିଶ୍ଚିନ୍ତ ଧ୍ୟାନ ଦେବାକୁ ପଡିବ

ଶାରଦୀୟ ନବରାତ୍ରି ୨୦୨୦ ଆରମ୍ଭ ହୋଇ ସାରିଲାଣି l ଏହି ନବରାତ୍ରି ପର୍ବ ଅସୀନ ମାସ ଶୁକ୍ଳ ପକ୍ଷର ପ୍ରତିପଦ ନବମୀ ପର୍ଯ୍ୟନ୍ତ ପାଳନ କରାଯିବ l ନବରାତ୍ରି ସମୟରେ ପ୍ରାୟ ଅଧିକାଂଶ ଲୋକ ବ୍ରତ ରଖି ଉପବାସ କରିଥାନ୍ତି l ଯେଉଁ ଶ୍ରଦ୍ଧାଳୁ ମାନେ ୯ ଦିନ ପର୍ଯ୍ୟନ୍ତ ଉପବାସ ରଖି ପାରନ୍ତି ନାହିଁ ସେମାନେ ମହାଷ୍ଟମୀ ଦିନ ନିଶ୍ଚିନ୍ତ ଭାବରେ ବ୍ରତ ରଖିଥାନ୍ତି l ଏହି ନବରାତ୍ରି ସମୟରେ ସାଧାରଣତଃ ଶ୍ରଦ୍ଧାଳୁ ମାନେ ଜଳଖିଆ ଖାଇ ନିଜର ବ୍ରତ ଉଜାପନ କରିଥାନ୍ତି l ତେଣୁ ନିଜର ଖାଦ୍ୟପେୟକୁ ଧ୍ୟାନ ରଖି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ l ଯାହା ଶରୀରକୁ ସୁସ୍ଥ ରଖିବା ସହିତ ସତେଜ ମଧ୍ୟ ରଖିବାରେ ସାହାଯ୍ୟ କରିଥାଏ l

ନବରାତ୍ରି ବ୍ରତରେ କଣ ଖାଇ ନିଜର ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବେ –

ସକାଳୁ ଖାଲି ପେଟରେ ଲେମ୍ବୁପାଣି ପିଇବା ଆବଶ୍ୟକ l ସକାଳର ଜଳଖିଆ ଭାବରେ ଆପଣ ଚାହିଁଲେ ଫଳ ସହିତ କିଛି ଡ୍ରାଏ ଫ୍ରୁଟ ଖାଇ ପାରିବେ l ମାଧ୍ୟାନ ଭୋଜନରେ ରୁଟି ,ଉପମା ,ଚକୁଳି ପିଠା ଇତ୍ୟଦି ଖାଇ ପାରିବେ l ଏହି ଜିନିଷ ସହିତ ଦହି ଖାଇବାକୁ ଭୁଲିବେ ନାହିଁ l କାରଣ ଦହିରୁ ଆମକୁ ପ୍ରୋଟିନ ,କ୍ୟାଲସିୟମ ଇତ୍ୟଦି ମିଳିଥାଏ l ସନ୍ଧ୍ୟା ସମୟରେ ଏକ ଗ୍ଲାସ ଉଷୁମ କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ଆମ ଶରୀରର ଇମ୍ୟୁନିଟି ସିଷ୍ଟମ ଠିକ ରହିଥାଏ l ରାତ୍ରି ଭୋଜନରେ କିଛି ଫଳ କିମ୍ବା ସାଲାଡ଼ ଖାଇ ଶୋଇବା ଆବଶ୍ୟକ l

ଏହି କଥାର ଧ୍ୟାନ ରଖନ୍ତୁ –

ଉପବାସ ସମୟରେ ଏସିଡ଼ିଟି ହେବ ଏକ ସାଧାରଣ ସମସ୍ୟା l ଖାଲି ପେଟରେ ରହିବ ଦ୍ୱାରା ଏସିଡ଼ିଟି ହୋଇଥାଏ l ତେଣୁ ଚେଷ୍ଟା କରନ୍ତୁ ବ୍ରତ ଓ ଉପବାସ ସମୟରେ ଖାଦ୍ୟ କମ ଖାଇଲେ ମଧ୍ୟ ଜୁସ ,ଲେମ୍ବୁ ପାଣି ,କ୍ଷୀର ,ଦହି ଇତ୍ୟଦି ଦ୍ୱାରା ନିଜ ପେଟକୁ ଭର୍ତି କରି ରଖନ୍ତୁ l ଏହା ଦ୍ୱାରା ଏସିଡ଼ି ଏଲକଲାଇନ ହୋଇଯାଇଥାଏ ଓ ଏସିଡ଼ିଟିର ସମସ୍ୟା ଦେଖା ଦେଇ ନଥାଏ l ଏହା ବ୍ୟତୀତ ଆପଣ ଚାହିଁଲେ ଖାଲି ପାଣି ମଧ୍ୟ ଅଧିକ ପରିମାଣରେ ପିଇ ପାରିବେ ଯାହା ଦ୍ୱାରା ଥକାପଣ ଓ ମୁଣ୍ଡ ବୁଲାଇବା ଇତ୍ୟାଦି ଦୂର ହେବ l

Show More

Related Articles

Back to top button