ସ୍ୱାସ୍ଥ୍ୟ

ଧୂମପାନ କରୁଥିବା ବ୍ୟକ୍ତି ହୋଇପାରନ୍ତି ଅନ୍ଧ,ଆସନ୍ତୁ ପଢିବା ସେ ବିଷୟରେ

ଅଧିକାଂଶ ଲୋକ ଜାଣିଛନ୍ତି ଯେ ଧୂମପାନ କରିବା ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ ହୋଇଥାଏ l ଏହା ଦ୍ୱାରା କ୍ୟାନ୍ସର ଓ ଫୁସଫୁସ ନଷ୍ଟ ହେବାର ଆଶଙ୍କା ରହିଥାଏ l କିନ୍ତୁ ଆପଣ ହୁଏତଃ ଜାଣିନଥିବେ ଧୂମପାନ ନିଶା ଆପଣଙ୍କୁ ଅନ୍ଧ ମଧ୍ୟ କରିପାରେ

ଏହା ଦ୍ୱାରା ଆପଣଙ୍କ ରକ୍ତରେ ନିକୋଟିନିର ମାତ୍ରl ମଧ୍ୟ ବଢିପାରେ ,ଯାହା ଦ୍ୱାରା ଆପଣଙ୍କ ଆଖିର କିଛି ଅଂଶ ଲାଲ ହୋଇ ରହିବ ସହିତ ଆଖିକୁ ଠିକରେ ଦେଖାଯାଇ ନଥାଏ l ଯାହା ଆଖିର ରେଟିନା ପାଇଁ କ୍ଷତି କାରକ ହୋଇଥାଏ l ତା ସହିତ ଏହାର ପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପଡିଥାଏ l

* ମୋତିଆ ବିନ୍ଦୁ ହେବାର ସମ୍ଭାବନା -ଧୂମପାନ ଦ୍ୱାରା ଆଖିର ଅନେକ ସମସ୍ୟା ଦେଖା ଦେଇଥାଏ ,ଯାହାର ମୋତିଆ ବିନ୍ଦୁ ହେଉଛି ଗୋଟିଏ ସମସ୍ୟା l ତମ୍ବାଖୁର ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ ମଧ୍ୟରେ ଅନ୍ୟ ଲୋକ ମାନଙ୍କ ତୁଳନାରେ ମୋତିଆ ବିନ୍ଦୁ ଅଧିକ ହୋଇଥାଏ l ଦୁଇ ପ୍ରକାରର ମୋତିଆ ବିନ୍ଦୁ ହୋଇଥାଏ ,ସେଗୁଡିକ ହେଲା ନିୟୁକ୍ଲିୟର ଓ ପୋଷ୍ଟିୟର ପୋଲର l ତେଣୁ ଧୂମପାନ ଠାରୁ ଦୁରେଇ ରୁହନ୍ତୁ l

* ରକ୍ତରେ ନିକୋଟିନି ସ୍ଥର ବଢି ଯାଇଥାଏ -ବିଡି ,ସିଗାରେଟ ଓ ଗୁଟଖାରେ ନିକୋଟିନି ଭରପୁର ମାତ୍ରାରେ ମିଳିଥାଏ l ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ l ଲମ୍ବା ସମୟ ପର୍ଯ୍ୟନ୍ତ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଆଖି ସାଧାରଣତଃ ପଡିଥାଏ l ସମୟ ଥାଉ ଥାଉ ଯଦି ଏହି ତମ୍ବାଖୁ ଜାତୀୟ ଜିନିଷକୁ ତ୍ୟାଗ କରାନଯାଏ ତେବେ ଆଖିର ରେଟିନା ଖୁବ ଶୀଘ୍ର ନଷ୍ଟ ହୋଇପାରେ l ଉଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କୁ ଧୂମପାନ କରିବା ଉଚିତ ନୁହେଁ l

* ଆଖିର ପାଣି କମିଯାଇଥାଏ -ଧୂମପାନ କରୁଥିବା ବ୍ୟକ୍ତି ମାନଙ୍କର ଆଖିକୁ ତମ୍ବାଖୁରେ ଥିବା ବିଷାକ୍ତ ଧୂଆଁରେ ରହିଥିବା ରସାଇନୀକ ପଦାର୍ଥ ଦ୍ୱାରା ହାନି ହୋଇପାରେ l ଏହି ଧୂଆଁରେ ରହିଥିବା କାର୍ବନ ପାର୍ଟୀକିଲ ଆଖିର ପଲକରେ ଜମା ହୋଇଯାଏ l ଯାହା ଦ୍ୱାରା ଆଖିରୁ ପାଣି କମ ହେବ ଆଶଙ୍କା ଥାଏ l ଯଦି ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଏହିପରି ହେଲା ତେବେ ଆଖି କୁଣ୍ଡାଇ ହୋଇ ଝାପ୍ସା ଦେଖାଯାଏ l ଏଥିପାଇଁ ଆଖିର ଦୃଷ୍ଟି ଶକ୍ତି ଯିବାର ସମ୍ଭାବନା ରହିଥାଏ l

Show More

Related Articles

Back to top button