ଓଡ଼ିଶାଦେଶମୁଖ୍ୟ ଖବର

କୃଷି ଆଇନ ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ ।

ଏହି ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି ଓ ରହିଥିବ । ପୂର୍ବରୁ ବିଜେଡି ସରକାର କୃଷକଙ୍କ ଆନ୍ଦଳୋନକୁ ସମର୍ଥନ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ କୃଷକଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢେଇରେ ସେମାନଙ୍କୁ ସହଯୋଗ କରିବ । ତେବେ ଆଜି କୃଷି ଆଇନ ପ୍ରତ୍ୟାହର ନେଇ ମୋଦି ସରକାରଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button