
ମୁମ୍ବାଇ: ବଲିଉଡର ବିଗ୍ ବି ବର୍ତ୍ତମାନ ଅସୁସ୍ଥ । ଗତକାଲି ରାତିରେ ଏଭଳି କିଛି ଟ୍ୱିଟ୍ କରି ପ୍ରଶଂସକଙ୍କୁ ତାଜୁବ କରିଦେଇଛନ୍ତି ଅମିତାଭ ବଚ୍ଚନ । ଏହାପରେ ତାଙ୍କ ଫ୍ୟାନ୍ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।
ରବିବାର ରାତିରେ ଅମିତାଭ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି, ‘ ମୋ ହାର୍ଟ ବିଟ୍ ବଢ଼ି ଯାଉଛି। ମୁଁ ଚିନ୍ତିତ ଅନୁଭବ କରୁଛି। ଆଶା କରୁଛି ସବୁ କିଛି ଠିକ୍ ହୋଇଯିବ।’ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ଅମିତାଭ ବଚ୍ଚନ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ଫ୍ୟାନ୍ମାନେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା ମଧ୍ୟ କରିଛନ୍ତି। ଅନେକ ଲୋକେ କ’ଣ ହୋଇଛି ବୋଲି ବିଗ୍ ବି’ଙ୍କୁ କେମଣ୍ଟରେ ପ୍ରଶ୍ନ କରିଛନ୍ତି। କିନ୍ତୁ ତାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନି ।
ତେବେ ଟ୍ୱିଟର୍ ମାଧ୍ୟମରେ ବିଗ୍ ବି’ ଉତ୍ତର ଦେଇନଥିଲେ ସୁଦ୍ଧା ନିଜ ବ୍ଲଗ ମାଧ୍ୟମରେ ଫ୍ୟାନ୍ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ,ମୁଁ ପୂରାପୁରି ସୁସ୍ଥ ଅଛି । ‘ସାରା ଦିନ ମୁଁ ମୋ କାମରେ ବ୍ୟସ୍ତ ଥିଲି ଏବଂ ସୁଟିଂ ସହ ଡିପ୍ରେସନରେ ଥିଲି। ଆଗକୁ ଖେଳାଯିବାକୁ ଥିବା ଫୁଟବଲ୍ ମ୍ୟାଚ୍ରେ ଫେଭରେଟ୍ ଟିମ୍ ଚେଲ୍ସି ଖେଳିବାକୁ ଯାଉଛି। ତେଣୁ ଏହି କାରଣ ଯୋଗୁଁ ହାର୍ଟବିଟ୍ ବଢ଼ି ଯାଉଛି, ଏଥିପାଇଁ ଚିନ୍ତିତ ଅଛି।’